ନକ୍ସଲ ନିହତ, ଯବାନ ସହିଦ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଦିନକ ପୂର୍ବରୁ ଆଜି ନକ୍ସଲଙ୍କ ହିଂସା ଦେଖିବାକୁ ମିଳିଛି। କାଂକେର ଜିଲ୍ଲାରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିୟମ ହୋଇ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣକ ହେଲେ ମହେନ୍ଦ୍ର ସିଂହ। ବିଏସଏଫ ଆଇଜି ଜେ.ବି ସାଙ୍ଗବାନଙ୍କ କହିବା ଅନୁଯାୟୀ ମହେନ୍ଦ୍ର ସିଂହଙ୍କୁ ଗୁରୁତର ଅବସ୍ଥାରେ କାଂକେର ଜିଲ୍ଲା ହସ୍ପିଟାଲକୁ ଅଣାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। ମର ଶରୀରକୁ ରାଜସ୍ଥାନର ଭରତପୁର ପଠାଯାଇଥିବା କୁହାଯାଇଛି। ପ୍ରକାଶ ଥାଉକି ଏହି ଗୁଳି ବିନିମୟରେ ନକ୍ସଲ ସାତୋଟି ଲ୍ୟାଣ୍ଡ ମାଇନକୁ ବିସ୍ଫୋରଣ କରିଥିଲେ। ଏହି ଘଟଣା କୋଇଲାବାଡା ଅଂଚଳର ଆଲପାରସ ଅଂଚଳରେ ଘଟିଛି। ସେହିପରି ବିଜାପୁର ଜିଲ୍ଲାରେ ପୁଲିସ-ନକ୍ସଲ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଛି। ମୃତ ନକ୍ସଲକୁ ଚିହ୍ନଟ କରାଯାଇନଥିବା ବେଳେ ଶବ ଜିଲ୍ଲା କାର୍ଯ୍ୟାଳୟକୁ ଅଣାଯାଇଛି।

ସମ୍ବନ୍ଧିତ ଖବର