୬ ଶହ ବର୍ଷ ପରେ ଖୋଲିବ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର !

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟ ୬ ଶହ ବର୍ଷ ପରେ ଖୋଲିବାକୁ ଯାଉଛି । ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୬ ଓ ୨୭ ତାରିଖ, ଦୁଇ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ହେବ । ଏହି କାମ କରିବା ପାଇଁ ପ୍ରତ୍ନତତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଗମୋହନ ମରାମତି ସରିବା ପରେ ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ ଏହି ନିର୍ଦ୍ଦେଶ ଆସିଛି । ପୂର୍ବରୁ ୧୪ଶହ ଶତାବ୍ଦୀରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ମହଣ ମହଣ ସୁନା ଓ ରୂପାରେ ରତ୍ନଭଣ୍ଡାର ଭର୍ତ୍ତି ହୋଇରହିଛି, ଯାହାକୁ ୪ ଟି ଭଣ୍ଡାର ଘରେ ରଖାଯାଇଛି ବୋଲି କୁହାଯାଉଥିବା ବେଳେ ଏହି ରହସ୍ୟରୁ ପରଦା ହଟିବାକୁ ଯାଉଛି । ସବ୍‌ କମିଟି ଓ କୋର୍‌ କମିଟି ଉପସ୍ଥିତିରେ ଭଣ୍ଡାରର ଦ୍ୱାର ଖୋଲାଯିବ ।

କିମ୍ବଦନ୍ତୀ କହୁଛି, ପୂର୍ବରୁ ରାଜାମାନେ ଯୁଦ୍ଧରେ ବିଜୟ ଲାଭ କରି ଫେରିବା ବେଳେ ମହଣ ମହଣ ସୁନା ଅଳଙ୍କାର ଆଣୁଥିଲେ, ଯାହାକୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ସିନ୍ଦୁକରେ ରଖାଯାଇଛି । ଶ୍ରୀମନ୍ଦିର ଭିତର କାଠ ବା ଜଗମୋହନ ପାର୍ଶ୍ୱରୁ ରତ୍ନ ସିଂହାସନ ଯାଏଁ ଏହି ଭଣ୍ଡାର ଗୃହ ରହିଛି । ତା’ଭିତରକୁ କେବଳ ଦୀପ ନେଇ ଭଣ୍ଡାର ମେକାପ ସେବାୟତ ହିଁ ଯିବା ଅନୁମତି ରହିଛି । ୧୪ଶହ ଖ୍ରୀଷ୍ଟାବ୍ଦରେ ବଡତଢାଉ ବେଶ ସମୟରେ ହିଁ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରୁ ସୁନା ଅଳଙ୍କାର ଆସିଥିବା ସୂଚନା ମିଳିଛି। ନାଟମଣ୍ଡପ ପୂର୍ବରୁ ରତ୍ନ ଭଣ୍ଡାର ମରାମତି କରିବାକୁ ନିଷ୍ପତି ନିଆଯାଇଛି । ତେବେ ଏଏସଆଇର ଯାଞ୍ଚକୁ ବିରୋଧ କରିଛନ୍ତି ବରିଷ୍ଠ ସେବାୟତ ଓ ଜଗନ୍ନାଥ ସେନା ।

ସମ୍ବନ୍ଧିତ ଖବର