ଓପନ ସ୍କୁଲରେ ୫୮.୫୨; ମଧ୍ୟମାରେ ୮୪.୬୨ % ପାସ୍

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୧୯ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଏବଂ ମଧ୍ୟମା ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଓପନ ସ୍କୁଲ ପରୀକ୍ଷାରେ ୧୧ ହଜାର ୩୫୫ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୬ ହଜାର ୫୬୭ ଜଣ। ପାସ ହାର ରହିଛି ୫୮.୫୨ ପ୍ରତିଶତ। ବି-୧ରେ ୨୧ ଜଣ, ବି-୨ରେ ୨୯୭ ଜଣ, ସି ରେ ୧୪୩୩ ଜଣ, ଡି ରେ ୨୫୧୭ ଜଣ, ଇ ରେ ୨୨୯୯ ଜଣ ପାସ୍ କରିଛନ୍ତି।

ସେହିଭଳି ମଧ୍ୟମାରେ ୩ ହଜାର ୬୧୪ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ରହିଛି ୮୪.୬୨ ପ୍ରତିଶତ। ବି-୧ରେ ୧୭୪, ବି-୨ରେ ୮୮୩, ସି ରେ ୧୧୬୪, ଡି ରେ ୬୯୪, ଇ ରେ ୨୪ ଜଣ ପାସ୍ କରିଥିବା ବେଳେ ୭୬ ଜଣ କଂପାର୍ଟମେଣ୍ଟାଲରେ ପାସ୍ କରିଛନ୍ତି। ୨୯ ଜଣ ମାଲପ୍ରାକ୍ଟିସ ହୋଇଥିବା ବେଳେ ୨୨ ଜଣଙ୍କର ପରୀକ୍ଷାଫଳ ୱିଥହେଲ୍ଡ ରହିଛି।

ସମ୍ବନ୍ଧିତ ଖବର