ବନ୍ଦ ହେବ ଯାତ୍ରା ପ୍ରଦର୍ଶନ : ଜୁଲାଇରୁ ରାଜ୍ୟର ପ୍ରମୁଖ ୨୩ଟି ଯାତ୍ରାପାର୍ଟି ନାଟକ ମଞ୍ଚସ୍ଥ କରିବେ ନାହିଁ

ଭୁବନେଶ୍ୱର: ଆଉ ଝଲସିବ ନାର୍ହିଁ  ଯାତ୍ର ରଙ୍ଗମଞ୍ଚ। ମଞ୍ଚରୁ ଆଉ ଶୁଭିବ ନାହିଁ  ଅାବେଗଭରା ସଂଳାପ  କିମ୍ବା ଆଉ ରେକର୍ଡ ଡ୍ୟାନ୍ସରେ ଝୁମି ଉଠିବେ ନାହିଁ ଦର୍ଶକ। ଏକ ଦୁଃଖଦ ଖବର ଆସିଛି ଯାତ୍ରାପ୍ରେମୀଙ୍କ ପାଇଁ । ଦର୍ଶକମାନେ ହୁଏତ  ଆଉ ଯାତ୍ରା ଦେଖିବାର ସୁଯୋଗ ପାଇବେ  ନାହିଁ । ରାଜ୍ୟରେ ଥିବା ୨୩ଟି ଯାତାପାର୍ଟି  ବନ୍ଦ ହେବାକୁ ଯାଉଛି ବୋଲି ଘୋଷଣା କରିଛି ଯାତ୍ରା ମାଲିକ ସଂଘ। ୨୦୧୮ ଜୁଲାଇରୁ ଏହି ଯାତାପାର୍ଟି ଆଉ ନାଟକ  ମଞ୍ଚସ୍ଥ କରିବେ ନାହିଁ। ଭୁବନେଶ୍ୱରରେ ବୁଧବାର ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଳନୀରେ  ଯାତ୍ରା ପରିବେଷଣ ବନ୍ଦ କରିବା ନେଇ ନିଷ୍ପତ୍ତି  ଘୋଷଣା କରିଛି ଯାତ୍ରା ପାର୍ଟି ମାଲିକ ସଂଘ । ଯାତ୍ରା ପାର୍ଟି ମଲିକ ସଂଘର ସଭାପତି ସୌମ୍ୟ ରଂଜନ ପଟ୍ଟନାୟକ ଆଜି  କହିଛନ୍ତି ଯେ ଯାତ୍ରାରେ ପ୍ରଚୁର କ୍ଷତି ହେଉଥିବାରୁ ମାଲିିକମାନେ ଯାତ୍ରା ପାର୍ଟି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ଏକ କଠୋର ତଥା ଦୁଃଖଦାୟକ ନିଷ୍ପତ୍ତି।  ଯାତ୍ରାରେ ଅଧିକ ଖର୍ଚ ହେଉଥିବା ବେଳେ ଆୟ କମ୍‌ ହେଉଛି । ଗତ ୫ ବର୍ଷ ହେଲା ଲଗାତର କ୍ଷତି ହେଉଥିବାରୁ ବାଧ୍ୟ ହୋଇ ସଂଘ ଏହି ନିଷ୍ପତ୍ତି .ନେଇଛି।  ବିଭିନ୍ନ ସରକାରୀ କଟକଣା ଯୋଗୁଁ ଅନେକ ସମୟରେ ଯାତ୍ରାରେ ଆୟ କମୁଛି । ଏହାସହ ଦର୍ଶକ ସଂଖ୍ୟା କମୁଥିବାରୁ  ଟିକେଟର ଦର  ମଧ୍ୟ ବୃଦ୍ଧି କରିବା ସମ୍ଭବ ହେଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ପ୍ରଚୁର ଆର୍ଥିକ କ୍ଷତି ସହି ଅାଉ ଯାତ୍ରା ପାର୍ଟି ଚଳାଇବା ସମ୍ଭବ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।


ସୂଚନାଯୋଗ୍ୟ ଯେ ଏହି ସାମ୍ବାଦିକ ସମ୍ମିଳନୀରେ ୨୩ଟି ପାର୍ଟିର ମାଲିକ ସାମିଲ ହୋଇଥିଲେ। ଯାତ୍ରା ପାର୍ଟି ବନ୍ଦ ହେବା ଦ୍ୱାରା ପ୍ରାୟ ୫ ହଜାର ଲୋକ କର୍ମସଂସ୍ଥାନ ହରାଇବେ ବୋଲି ସୂଚନା ମିଳିଛି। ଖର୍ଚ୍ଚ ଅନୁୟାୟୀ ଯାତ୍ରାରୁ ଆୟ ହୋଇପାରୁ ନ ଥିବାରୁ ଯାତ୍ରା ପାର୍ଟି ମାଲିକମାନେ ଯାତ୍ରା ପାର୍ଟି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।। ଏ ସମ୍ପର୍କରେ ମନ୍ତ୍ରୀ ତଥା ଯାତ୍ରାପାର୍ଟି ମାଲିକ ପ୍ରଦୀପ ମହାରଥୀ କହିଛନ୍ତି ଯାତ୍ରା ପାର୍ଟି ମାଲିକ ସଂଘର ସଭାପତିଙ୍କ ନଷ୍ପତ୍ତିକୁ ମୁଁ ସମର୍ଥନ କରୁଛି। ବର୍ତ୍ତମାନ ୨୩ଟି ପ୍ରମୁଖ ଯାତ୍ରାପାର୍ଟି ର ମାଲିକ ଯାତ୍ରା ପାର୍ଟି ବନ୍ଦ ସହିତ ଯାତ୍ରା ପରିବେଷଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଯେଉଁ କଳାକାରମାନେ ଅଛନ୍ତି, ସେମାନେ ଗାଁ ଗହଳିରେ ଥିବା ଅନ୍ୟ ଯାତ୍ରାପାର୍ଟିରେ କାର୍ଯ୍ୟ କରିବେ ବୋଲି ଶ୍ରୀ ମହାରଥୀ କହିଛନ୍ତି।

ସମ୍ବନ୍ଧିତ ଖବର