‘ପରୀ-୨’ରେ ଉଦ୍ଧାର ସଂଖ୍ୟା ୩୭୫୮

କଟକ : ଅପରେସନ୍‌ ‘ପରୀ-୨’ରେ ଆଜିସୁଦ୍ଧା ଉଦ୍ଧାର ସଂଖ୍ୟା ୩୭୫୮ରେ ପହଞ୍ଚିଛି। କେବଳ ଆଜି ୧୦୯୬ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ୯୨୨ ନାବାଳକ ଏବଂ ୧୭୪ ନାବାଳିକା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଉଦ୍ଧାର ସଂଖ୍ୟା ୧୮୫ରେ ପହଞ୍ଚିଛି। ମୋଟ ୬୧ଟି ମାମଲା ରୁଜୁ କରାଯାଇଛି। ତା’ ପଛକୁ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୧୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର