ଓପିଏସ୍‌ସିର ଆଉ ଏକ କେଳେଙ୍କାରୀ!, ପରୀକ୍ଷା ମାର୍କ ହେରଫେରରୁ ପ୍ରାର୍ଥୀ ହତାଶ

ଭୁବନେଶ୍ବର : ବିଭିନ୍ନ ଅନିୟମିତତାକୁ କେନ୍ଦ୍ର କରି ଅନେକ ସମୟରେ କାଠଗଡ଼ାରେ ଠିଆ ହୋଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି)ର ଆଉ ଏକ କେଳେଙ୍କାରୀ ଏବେ ନୂଆ ବିବାଦ ସୃଷ୍ଟି କରିଛି। ଓପିଏସ୍‌ସିର ଚରମ ଦାୟିତ୍ବହୀନତା କିମ୍ବା ନିର୍ଦ୍ଦିଷ୍ଟ ପଦାଧିକାରୀଙ୍କ ଚଞ୍ଚକତା ଯୋଗୁଁ ଚାକିରି ଅନ୍ବେଷଣକାରୀ ମେଧାବୀ ପ୍ରାର୍ଥୀମାନେ କିଭଳି ଅକାରଣରେ ହତାଶ ହେଉଛନ୍ତି, ତାହାର ଜ୍ବଳନ୍ତ ଦୃଷ୍ଟାନ୍ତ ଏବେ ନଜରକୁ ଆସିଛି। କେବଳ ସେତିକି ନୁହେଁ, ଏହି ନିର୍ଦ୍ଦିଷ୍ଟ ଅନିୟମିତତାରେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ଓପିଏସ୍‌ସି କତ୍ତୃର୍ପକ୍ଷଙ୍କୁ କୈଫିୟତ ମାଗିଥିଲେ ମଧୢ କାଳକ୍ଷେପଣ ନୀତିରେ ପଦାଧିକାରୀମାନେ ତାହାକୁ ଟାଳି ଦେବାକୁ ମସୁଧା କରିବା ବୁଦ୍ଧିଜୀବି ମହଲକୁ ବିସ୍ମିତ କରିଛି।

ବିବାଦଟି ଏମିତି। ଭଦ୍ରକ ଅଞ୍ଚଳର ଜନୈକ ପ୍ରାର୍ଥୀ ରଜତ କୁମାର ମିଶ୍ର ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌)-୨୦୧୫ର ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୨୦୧୭ ଜାନୁଆରି ୯ରେ ମୌଖିକ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ସାକ୍ଷାତକାରରେ ଉତ୍ତମ ପ୍ରଦର୍ଶନ କରିଥିଲେ ମଧୢ ତାଙ୍କୁ ଏହି ପରୀକ୍ଷାରେ ମୋଟ ୨୫୦ ମାର୍କରୁ ମିଳିଥିଲା ମାତ୍ର ୧୦୦ ନମ୍ବର। ତେବେ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ବୈଧାନିକ ଯୁକ୍ତି ନଥିବାରୁ ଶ୍ରୀ ମିଶ୍ର ଚୁପ୍‌ ରହିଲେ। ମାତ୍ର ସନ୍ଦେହ କଲେ ଯେ ହୁଏତ ମୁଖ୍ୟ ପରୀକ୍ଷାର କୌଣସି ବିଷୟରେ ସେ କମ୍‌ ନମ୍ବର ପାଇଥିବାରୁ ହୁଏତ ଚୂଡ଼ାନ୍ତ ମେଧା ତାଲିକାରୁ ବଞ୍ଚିତ ହେଲେ। ଫଳ ପ୍ରକାଶର ଏକ ମାସ ମଧୢରେ ପରୀକ୍ଷା ଖାତା ନକଲ ପାଇଁ ଆବେଦନ କରିବାକୁ ନିୟମ ଥିବାରୁ ସେ ୨୦୧୭ ମାର୍ଚ୍ଚ ପହିଲାରେ ଇ˚ରାଜୀ ରଚନା ଖାତାର ନକଲ ପାଇଁ ଦେୟ ପୈଠ ସହ ଆବେଦନ କରିଥିଲେ। ଦୀର୍ଘ ବର୍ଷେ ପରେ ଅର୍ଥାତ ୨୦୧୮ ମାର୍ଚ୍ଚ ୨୧ରେ ଓପିଏସ୍‌ସି ପକ୍ଷରୁ ଡାକ ଯୋଗେ ତାଙ୍କ ନିକଟକୁ ଇ˚ରାଜୀ ଖାତା ନକଲ ପଠାଯାଇଥିଲା; ଯାହା ସପ୍ତାହେ ପରେ ତାଙ୍କ ହସ୍ତଗତ ହୋଇଥିଲା। ସେଥିରେ ଉ‌େଲ୍ଲଖିତ ମାର୍କକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ଏହି ଖାତାରେ ପରୀକ୍ଷକ ତାଙ୍କୁ ୨୦୦ ନମ୍ବରୁ ୧୧୭ ଦେଇ ନିଜ ଦସ୍ତଖତ ରଖିଥିବା ବେଳେ ଠିକ୍‌ ତା’ ତଳକୁ ବିନା ଦସ୍ତଖତରେ ଲେଖାଯାଇଥିଲା ୫୦ ନମ୍ବର। ତେଣୁ ଏହି ଇ˚ରାଜୀ ରଚନା ବିଷୟରେ ସେ ପାଇଥିବା ନମ୍ବରରୁ ୬୭ ନମ୍ବର କଟାଯାଇ ତାଙ୍କୁ ମେଧା ତାଲିକାରୁ ଜାଣିଶୁଣି ବଞ୍ଚିତ କରାଯାଇଥିବା ସେ ସେ ଅନୁଭବ କରିଥିଲେ। ମୋଟାମୋଟି ଭାବେ ଏଥିରେ ଚଞ୍ଚକତା ଓ ହେରଫେର କରାଯାଇଥିବାରୁ ସେ ନ୍ୟାୟ ପାଇବାକୁ ଓପିଏସ୍‌ସି ଅଧୢକ୍ଷ ଓ ସ୍ବତନ୍ତ୍ର ସଚିବଙ୍କୁ ଗୁହାରି ଜଣାଇବାକୁ ବାରମ୍ବର ଉଦ୍ୟମ କରିଥିଲେ। ପ୍ରାୟ ୮ ଥର କଟକସ୍ଥିତ କାର୍ଯ୍ୟାଳୟକୁ ଦୌଡ଼ିବା ପରେ ସେ କର୍ତ୍ତୃପକ୍ଷଙ୍କ ସାକ୍ଷାତ ପାଇଥିଲେ। ଉଭୟ କର୍ତ୍ତୃପକ୍ଷ ଏହାକୁ ଅନୁଧୢାନ କରିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧୢରେ ଆଉ ଏକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ କର୍ତ୍ତୃପକ୍ଷ ଇ˚ରାଜୀ ଖାତାରେ ହୋଇଥିବା ମାର୍କ ହେରଫେରର ପ୍ରକୃତ କାରଣ ଶ୍ରୀ ମିଶ୍ରଙ୍କୁ ଜଣାଇ ନାହାନ୍ତି।

କ୍ଷତିଗ୍ରସ୍ତ ଶ୍ରୀ ମିଶ୍ର ଶେଷରେ ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଆବେଦନ ଆଧାରରେ ସାଧାରଣ ପ୍ରଶାସନ ବିଭାଗର ଅନୁସଚିବ ସୀତାକାନ୍ତ ମିଶ୍ର ଗତ ମାର୍ଚ୍ଚ ୧୩ରେ ଓପିଏସ୍‌ସିର ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ୩ଟି ବିଷୟରେ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କହିଥିଲେ। ସେଗୁଡ଼ିକ ହେଲା-(୧) ଆବେଦନକାରୀଙ୍କୁ ପରୀକ୍ଷା ଖାତା ଯୋଗାଣର ସମୟ ସୀମା କେତେ?, (୨) ଏ କ୍ଷେତ୍ରରେ କେଉଁ ଅଧିକାରୀ ବିଳମ୍ବ କରିଛନ୍ତି? ଏବ˚ (୩)-ରଜତ କୁମାର ମିଶ୍ରଙ୍କ ଇ˚ରାଜୀ ରଚନା ଖାତାର ନମ୍ବର ୧୧୭ରୁ ୫୦ ହେଲା କେମିତି? ମାତ୍ର ପରିତାପର ବିଷୟ ଏହି ଯେ ଇତିମଧୢରେ ମାସେ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧୢ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କିମ୍ବା ସାଧାରଣ ପ୍ରଶାସନ ବିଭାଗର ଉପରୋକ୍ତ ‘ଅତ୍ୟନ୍ତ ଜରୁରୀ’ ଚିଠିର ଉତ୍ତର ଆସି ନାହିଁ। ପରୀକ୍ଷା ଖାତାରେ ମାର୍କକୁ ଚଞ୍ଚକତା କରି ଓପିଏସ୍‌ସି ପଦାଧିକାରୀମାନେ ମେଧାବୀ ପ୍ରାର୍ଥୀଙ୍କ ଭବିଷ୍ୟତ ସହ ଯଦି ଖେଳୁ ଥାଆନ୍ତି, ତେବେ ଏଭଳି ସାମ୍ବିଧାନିକ ଅନୁଷ୍ଠାନର ନିରପେକ୍ଷତା ଓ ବିଶ୍ବସନୀୟତା ପ୍ରତି ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। କ୍ଷତିଗ୍ରସ୍ତ ରଜତ କୁମାର ମିଶ୍ରଙ୍କ ଦୃଷ୍ଟାନ୍ତ କେବଳ ଗୋଟିଏ ବା ଏହା ଭାତ ହାଣ୍ତିରୁ ଗୋଟିଏ ଚିପିବା ଭଳି?- ତାହା କେବଳ ତଦନ୍ତ ହେଲେ ଜଣାପଡ଼ିବ। ଅନ୍ୟପଟେ ଏ ସଂପର୍କରେ ଓପିଏସ୍‌ସି ଅଧ୍ୟକ୍ଷ ବ୍ରିଗେଡିୟର ଲକ୍ଷ୍ମୀ ଚରଣ ପଟ୍ଟନାୟକ କହିଛନ୍ତି ଯେ, ଏ ସଂପର୍କରେ ସେ ଅବଗତ ନାହାନ୍ତି, ସ୍ବତନ୍ତ୍ର ସଚିବଙ୍କ ସହ କଥା ହେଲେ ଏ ସଂପର୍କରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର