ଜଗତସି˚ହପୁର : ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ରାଜ୍ୟ ଖାଉଟି ବିବାଦ ପ୍ରତିକାର ମଞ୍ଚ ଜଗତସି˚ହପୁର ଉପ-ଜିଲ୍ଲାପାଳଙ୍କୁ ଗିରଫ ପାଇଁ ନିର୍ଦେଶ ଦେଇଛନ୍ତି। ରଘୁନାଥପୁର ବ୍ଳକ ରେଢୁଆସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ବେଆଇନ ଭାବେ ଅଧିକ ଫି’ ଆଦାୟ କରାଯିବା ମାମଲାରେ ଉପ-ଜିଲ୍ଲାପାଳ ହାଜିର ନ ହେବା ତଥା ନିଜର ପକ୍ଷ ନ ରଖ୍ିବା କାରଣରୁ ମଞ୍ଚ ଏହି ନିର୍ଦେଶ ଦେଇଛନ୍ତି। ଆସନ୍ତା ଜାନୁଆରି ୪ ତାରିଖରେ ଉପ ଜିଲ୍ଲାପାଳଙ୍କୁ ଗିରଫ କରି ମଞ୍ଚରେ ହାଜର କରାଇବା ପାଇଁ ଜଗତସି˚ହପୁର ଥାନାକୁ ନିର୍ଦ୍ଦେଶ(ସଂଖ୍ୟ-୫୩୦, ତା-୧୪ଡିସେମ୍ବର ୨୦୧୮) ଦିଆଯାଇଛି। ତେବେ, ଚିଠିଟି ବାହାରେ ବୁଲୁଥିବା ବେଳେ ପୁଲିସ ଏଯାବତ୍ ତାହା ପାଇନଥିବା କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତଥ୍ୟ ମୁତାବକ, ୨୦୧୫ ମସିହାରେ ରାଜ୍ୟ ଖାଉଟି ଅଦାଲତରେ ରାଜ୍ୟ ଉପଭୋକ୍ତା ଓଡ଼ିଶା ସୁରକ୍ଷା ଅଭିଯାନର ସମ୍ପାଦକ ଗୋବିନ୍ଦ ଓଝାଙ୍କ ଅଭିଯୋଗକ୍ରମେ ଏକ ମାମଲା (୯୮/୨୦୧୫)ରୁଜୁ ହୋଇଥିଲା। ଏହାପରେ ଖାଉଟି ସୁରକ୍ଷା ଆଇନ ଦଫା-୭୦ ସିଆରସିସି ଓ ଦଫା ୨୭ ବଳରେ କଲେଜର ମ୍ୟାନେଜିଙ୍ଗ ଟ୍ରଷ୍ଟି ଥିବା ଉପ-ଜିଲ୍ଳାପାଳଙ୍କୁ ଏକାଧିକ ବାର ନୋଟିସ ହୋଇଥିଲା। ହେଲେ, ଉପ-ଜିଲ୍ଳାପାଳ ଏଥିରେ ହାଜିରା ଦେଇ ନଥିଲେ କିମ୍ବା ପକ୍ଷ ରଖିନଥିଲେ। ଫଳରେ ୨୦୧୭ ଅପ୍ରେଲ ୧୭ରେ ମ˚ଚ ପକ୍ଷରୁ ନିର୍ଦ୍ଦେଶ ପାଳନ କରିନଥିବା ଅଭିଯୋଗରେ ଉପ-ଜିଲ୍ଳାପାଳଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ଏହାସହ ଚଳିତବର୍ଷ ମାର୍ଚ୍ଚ ୨୮ ତାରିଖରେ ତାଙ୍କୁ କାହିଁକି ଦଣ୍ଡିତ କରା ନଯିବ ବୋଲି କାରଣଦର୍ଶାଅ ନୋଟିସ୍ (୧୯୮୬ର ଦଫା-୨୭ ବଳରେ) ଜାରି କରାଯାଇଥିଲା। ଏହା ସତ୍ତ୍ବେ ଉପ-ଜିଲ୍ଲାପାଳ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଦର୍ଶାଇ ଅଭିଯାନ ସମ୍ପାଦକ ଓଝା ପୁଣି ମଞ୍ଚରେ ଅଭିଯୋଗ କରିଥିଲେ। ଫଳରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ମଞ୍ଚ ଉପଜିଲ୍ଲାପାଳଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।