ଓଆର୍‌ଏଚ୍‌ଡିସି ଦୁର୍ନୀତି: ହାଇକୋର୍ଟରୁ ବିନୋଦ କୁମାର ଓ ପୂର୍ବତନ ନିର୍ଦ୍ଦେଶକଙ୍କୁ ଜାମିନ

କଟକ: ଓଆର୍‌ଏଚ୍‌ଡିସି (ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ୍‌ କର୍ପୋରେସନ୍‌) ଦୁର୍ନୀତି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଏଏସ୍‌ ବିନୋଦ କୁମାରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଭୁବନେଶ୍ୱର ଭିଜିଲାନ୍ସ ଅଦାଲତ ଦଣ୍ଡାଦେଶକୁ ଚାଲେଞ୍ଜ କରି ବିନୋଦ କୁମାର ଓ ଓଆର୍‌ଏଚ୍‌ଡିସିର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ(ବୈଷୟିକ) ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପକ୍ଷରୁ ଦାୟର ପୃଥକ ଅପିଲର ଆଜି ଶୁଣାଣି ହୋଇଥିଲା। ଖଣ୍ଡପୀଠ ଆବେଦନକାରୀଙ୍କ ଅପିଲକୁ ବିଚାର ପାଇଁ ଗ୍ରହଣ କରିବା ସହିତ ନିମ୍ନ ଅଦାଲତ ରେକର୍ଡ ତଲବ କରିଥିଲେ। ଏଥି ସହିତ ଅପିଲ ବିଚାରାଧୀନ ଥିବା ବେଳେ ଭିଜିଲାନ୍ସ ଅଦାଲତ ଆବଶ୍ୟକ ସର୍ତ୍ତ ରଖି ବିନୋଦ କୁମାର ଓ ଶ୍ରୀ ଦାସଙ୍କୁ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ନିମ୍ନ ଅଦାଲତ ଉଭୟଙ୍କୁ ପ୍ରଦାନ କରିଥିବା ଜରିମାନା ଦଣ୍ଡାଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ଓ ସୁଦୀପ୍ତ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର