ଓଏଏସ ପାହ୍ୟାକୁ ପଦୋନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା ରାଜସ୍ୱ ସେବା ସଂଘ

ଭୁବନେଶ୍ୱର : ରାଜ୍ୟ ସରକାର ୨୫୦ ଜଣ ଓଡ଼ିଶା ରାଜସ୍ୱ ସେବା (ଓଆରଏସ)ର ଅଧିକାରୀଙ୍କୁ ଏକକାଳୀନ ପଦୋନ୍ନତି ଦେଇ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ରେ ସାମିଲ କରିଥିବାରୁ ଓଡ଼ିଶା ରାଜସ୍ୱ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି । ସଂଘର ସଭାପତି ପୁରନ୍ଦର ନନ୍ଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ଏହି ଅଧିକାରୀମାନେ ରାଜ୍ୟସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟର ସଫଳ ଋପାୟନ ଲାଗି ନିଜର ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ମୋ ସରକାର ଓ ୫-ଟି ଯୋଜନାର ସଫଳ ଋପାୟନ ଲାଗି ଏହି ଅଧିକାରୀମାନଙ୍କୁ ପଦୋନ୍ନତି ଦିଆଯାଇଛି । ସେମାନଙ୍କୁ ଓଡ଼ିଶା ପ୍ରଶାସନିକ ସେବା କନିଷ୍ଠ ବର୍ଗରେ ସାମିଲ କରାଯାଇ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି । ଏତେ ସଂଖ୍ୟକ ଅଧିକାରୀଙ୍କୁ ଏକସମୟରେ ପଦୋନ୍ନତି ଦେବା ରାଜ୍ୟରେ ଏକ ରେକର୍ଡ ବୋଲି ସଂଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ।

ସମ୍ବନ୍ଧିତ ଖବର