ଓସ୍କାର ଠକେଇ : ନିର୍ଦ୍ଦେଶକଙ୍କ ସଂପତ୍ତି ସଂପର୍କିତ ତଥ୍ୟ ଦାଖଲ ନିର୍ଦ୍ଦେଶ

କଟକ : ଓସ୍କାର ଗ୍ରୁପ୍‌ ନିର୍ଦ୍ଦେଶକ ତଥା ଓସ୍କାର କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ ସଭାପତି ଅବନୀକାନ୍ତ ପଟ୍ଟନାୟକଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଜମାକାରୀଙ୍କ ଠାରୁ କେତେ ଟଙ୍କା ସ˚ଗ୍ରହ କରାଯାଇଛି, ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେତେ ଟଙ୍କା ଯାଇଛି, ଜବତ ହୋଇଥିବା ସ˚ପତ୍ତିର ମୂଲ୍ୟ କେତେ ହେବ ଓ ବ୍ୟାଙ୍କରେ କେତେ ଟଙ୍କା ଗଚ୍ଛିତ ରହିଛି ସେ ସ˚କ୍ରାନ୍ତରେ ସବିଶେଷ ତଥ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଓସ୍କାର ଠକେଇ ମାମଲାରେ ୨୦୧୫, ଏପ୍ରିଲ ୧୦ରେ କ୍ରାଇମବ୍ରାଞ୍ଚ ଏତଲା ରୁଜୁ କରି ସ˚ସ୍ଥାର ନିର୍ଦ୍ଦେଶକ ମୁନା ପାତ୍ରଙ୍କୁ ପ୍ରଥମେ ଗିରଫ କରିଥିଲା। ସ˚ସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ୨୦୧୬, ଜୁନ୍‌ ୧୦ରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ନୂଆ ଦିଲ୍ଲୀରୁ ଗିରଫ କରିବା ପରେ ଶ୍ରୀ ପଟ୍ଟନାୟକ ଓ ଅନ୍ୟ ନିର୍ଦ୍ଦେଶକଙ୍କୁ ଜୁନ୍‌ ୧୫ରେ ଗିରଫ କରାଯାଇଥିଲା। ପ୍ରଭାସ ଓ ଅନ୍ୟମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ରିମାଣ୍ତରେ ନେଇ ପଚରା ଉଚୁରା କରିଥିବା ବେଳେ ରାଜ୍ୟ ବାହାରେ ଗୁଜରାଟ ଓ ମହାରାଷ୍ଟ୍ରରେ ମଧୢରେ ଓସ୍କାର ଠକେଇର ଚେର ଲମ୍ବିଥିବା ଜଣା ପଡିଥିଲା। କୋ-ଅପରେଟିଭ୍‌ ସୋସାଇଟି ଜରିଆରେ ଓସ୍କାର ଗ୍ରୁପ୍‌ ଜନସାଧାରଣଙ୍କ ନିକଟରୁ କୋଟି କୋଟି ଟଙ୍କା ସ˚ଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ଓସ୍କାର ବିରୋଧରେ ପ୍ରାୟ ୨୩୦ କୋଟି ଟଙ୍କାର ଠକେଇ ଅଭିଯୋଗ ତଦନ୍ତରୁ ଜଣା ପଡିଥିଲା। କ୍ରାଇମବ୍ରାଞ୍ଚ ଓସ୍କାର ମୁଖ୍ୟ ପ୍ରଭାସ ରାଉତ, ନିର୍ଦ୍ଦଶକ ତାରା ପ୍ରସାଦ ହୋତା, କୀତ୍ତିର୍ି ବସ୍ତିଆ ଓ ଅବନି ପଟ୍ଟନାୟକଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରି ସାରିଛି।

ସମ୍ବନ୍ଧିତ ଖବର