ଓସ୍କାର ଠକେଇ : ମୁନା ପାତ୍ରଙ୍କ ଜାମିନ ଖାରଜ

କଟକ : ଓସ୍କାର ଗ୍ରୁପ୍‌ ନିର୍ଦ୍ଦେଶକ ମୁନା ପାତ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁନାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୁୟାଁ ମାମଲା ପରିଚାଳନା କରୁଥିଲେ।

ସୂଚନା ଯୋଗ୍ୟ ଯେ ଓସ୍କାର ଠକେଇ ମାମଲାରେ ୨୦୧୫, ଏପ୍ରିଲ ୧୦ରେ କ୍ରାଇମବ୍ରାଞ୍ଚ ଏତଲା ରୁଜୁ କରି ସ˚ସ୍ଥାର ନିର୍ଦ୍ଦେଶକ ମୁନା ପାତ୍ରଙ୍କୁ ପ୍ରଥମେ ଗିରଫ କରିଥିଲା। ସ˚ସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ୨୦୧୬, ଜୁନ୍‌ ୧୦ରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ନୂଆ ଦିଲ୍ଲୀରୁ ଗିରଫ କରିବା ପରେ ଅନ୍ୟ ନିର୍ଦ୍ଦେଶକଙ୍କୁ ଜୁନ୍‌ ୧୫ରେ ଗିରଫ କରାଯାଇଥିଲା। ପ୍ରଭାସ ଓ ଅନ୍ୟମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ରିମାଣ୍ତରେ ନେଇ ପଚରା ଉଚୁରା କରିଥିବା ବେଳେ ରାଜ୍ୟ ବାହାରେ ଗୁଜରାଟ ଓ ମହାରାଷ୍ଟ୍ରରେ ମଧୢରେ ଓସ୍କାର ଠକେଇର ଚେର ଲମ୍ବିଥିବା ଜଣା ପଡିଥିଲା। ଓସ୍କାର ବିରୋଧରେ ପ୍ରାୟ ୨୩୦ କୋଟି ଟଙ୍କାର ଠକେଇ ଅଭିଯୋଗ ତଦନ୍ତରୁ ଜଣା ପଡିଥିଲା। କ୍ରାଇମବ୍ରାଞ୍ଚ ଓସ୍କାର ମୁଖ୍ୟ ପ୍ରଭାସ ରାଉତ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରି ସାରିଛି।

ସମ୍ବନ୍ଧିତ ଖବର