ପରିବହନ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର : ଆଜି ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପାଞ୍ଚଦଫା ଦାବିରେ ପରିବହନ କର୍ମଚାରୀମାନେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ଆସନ୍ତା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଘୋଷଣା କରିଥିଲେ।

ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଆନ୍ଦୋଳନକାରୀ ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଷ୍ଟାଫ୍‌ ସଂଘ କର୍ମକର୍ତାଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେମାନଙ୍କର ପ୍ରମୁଖ ଦାବି ସରକାର ଗ୍ରହଣ କରିଥିବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଦରମା ଏବଂ ଭତ୍ତା ବାବଦରେ ୨୦ ପ୍ରତିଶତ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ଡା. ସାହୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦାବିଗୁଡ଼ିକ ମଧ୍ୟରେ ଠିକା କର୍ମଚାରୀଙ୍କ ନିୟମିତୀକରଣ, ସମାନ କାମକୁ ସମାନ ଦରମା, ସରକାରୀ କର୍ମଚାରୀଙ୍କ ସହିତ ସମାନ ହାରରେ ମହଙ୍ଗାଭତ୍ତା, କଣ୍ଡକ୍ଟର/ଡ୍ରାଇଭରଙ୍କଠାରୁ ବେଆଇନ ଭାବେ ଆଦାୟ(ରିକଭରି), ପଦୋନ୍ନତି/ କର୍ମଚାରୀଙ୍କ ପାଇଁ କ୍ୟାଡର ଗଠନ ଆଦି ରହିଛି। ଅନ୍ୟାନ୍ୟ ଦାବିଗୁଡ଼ିକ ସଂପର୍କରେ ବିଚାର କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର