ସମ୍ବଲପୁର: ସମ୍ବଲପୁର ସ୍ଥିତ ଓଏସଆରଟିସି କିରାଣି ପ୍ରଭାତ ଦେବତା ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅବସରପ୍ରାପ୍ତ ଡ୍ରାଇଭରଙ୍କ ଏରିୟର, ପେନସନ ପେପର ପ୍ରସ୍ତୁତି ପାଇଁ ସେ ଏହି ଟଙ୍କା ନେଉଥିଲେ। ଲାଞ୍ଚ ଟଙ୍କା ସହିତ କିରାଣି ପ୍ରଭାତ ଧରାପଡ଼ିଥିବା ଭିଜିଲାନ୍ସ ଡିଏସପି ଦିଲ୍ଲୀପ କର କହିଛନ୍ତି।