ଓଏସ୍‌ଆର୍‌ଟିସି କର୍ମଚାରୀ ସଂଘ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) କର୍ମଚାରୀ ସଂଘର ୪ ଦଫା ଦାବିକୁ ସରକାର କର୍ଣପାତ କଲେ ନାହିଁ। ଦାବିଗୁଡ଼ିକୁ ବିଚାରକୁ ନେବା ତ ଦୂରର କଥା, ସଂଘ ସହ ଔପଚାରିକତା ଦୃଷ୍ଟିରୁ ଆଲୋଚନା ମଧ୍ୟ କରାଗଲା ନାହିଁ। ପରିଚାଳନା କମିଟି କିମ୍ବା ସରକାର ଏହି ଗରିବ କର୍ମଚାରୀମାନଙ୍କ ପ୍ରତି ସାମାନ୍ୟତମ ସୌଜନ୍ୟତା ପ୍ରଦର୍ଶନ କଲେ ନାହିଁ। ହିଟ୍‌ଲରି ଶାସନ ଭଳି ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଧମକ ଦେଇ କର୍ମଚାରୀମାନଙ୍କୁ ଧମକ ଦିଆଗଲା ଓ ଶେଷରେ ଧର୍ମଘଟକୁ ଚାପି ଦିଆଗଲା। ତେଣୁ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସଂଘ ବାଧ୍ୟ ହୋଇଥିବା ଜଣାପଡ଼ିଛି। ଫଳରେ ସମଗ୍ର ରାଜ୍ୟରେ ୨୪ ତାରିଖ ସକାଳୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସମସ୍ତ ବସ୍‌ ଚଳାଚଳ କରିବ।

ସଂଘ ପକ୍ଷରୁ ସଭାପତି ନଳିନୀ ରଂଜନ ପତି ଓ ସମ୍ପାଦକ କାଳୁଚରଣ ଗୌଡ଼ ଦେଇଥିବା ସୂଚନାନୁସାରେ ଏହି ଧର୍ମଘଟ ସମ୍ପୂର୍ଣ ଗଣତାନ୍ତ୍ରିକ ଥିଲା। ସଂଘ କର୍ମଚାରୀମାନଙ୍କ ନାର୍ଯ୍ୟ ଦାବି ପୂରଣ ପାଇଁ ଏହି ଧର୍ମଘଟ ଡାକରା ଦେଇଥିଲା। ନିୟମାନୁସାରେ ଏଥିପାଇଁ ଉଭୟ ପରିଚାଳନା କମିଟି ଓ ସରକାରଙ୍କୁ ନୋଟିସ୍‌ ଦିଆଯାଇଥିଲା। ଏହି ୩ ଦିନ ଭିତରେ ସମଗ୍ର ରାଜ୍ୟରେ ସରକାରୀ ବସ୍‌ ସେବା ବନ୍ଦ ହେବା ଯୋଗୁଁ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ଗରିବ ମାରଣନୀତିକୁ ଲୋକ ଲୋଚନକୁ ଆଣିବା ପାଇଁ ଏହି ଧର୍ମଘଟ ଉଦ୍ଦିଷ୍ଟ ଥିଲା ଓ ତାହା ସଫଳ ହୋଇଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର