ଓଟିଡିସିର ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତା

ଭୁବନେଶ୍ବର : ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ରୋଷେଇ ପ୍ରତିଯୋଗିତାର ଆୟୋଜନ କରିଛି। ‘ଆମ ଘର ଆମ ହାଣ୍ଡିଶାଳ’ ଶୀର୍ଷକ ଏହି ପ୍ରତିଯୋଗିତାରେ ଲୋକେ ଘରେ ରହି ରୋଷେଇ ପ୍ରସ୍ତୁତ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ପ୍ରତିଯୋଗୀମାନେ ନିଜର ନାମ, ଠିକଣା, ଇ-ମେଲ୍‌ ଆଇଡି, ଫୋନ୍‌ ନମ୍ବର, ନିଜର ଫଟୋ ସହ ନିଜେ ପ୍ରସ୍ତୁତ କରିଥିବା ଖାଦ୍ୟର ନାମ, ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡିଓ ହ୍ବାଟ୍‌ସଆପ୍‌ ନମ୍ବର ୮୨୬୦୬୩୮୩୩୧ ଓ ୮୨୬୦୬୪୧୬୧୧ କିମ୍ବା [email protected]କୁ ପଠାଇପାରିବେ। ଜୁନ୍‌ ୨୭ ସୁଦ୍ଧା ପ୍ରତିଯୋଗୀମାନଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ‌ଶ୍ରେଷ୍ଠ ୪୦ ପ୍ରତିଯୋଗୀଙ୍କୁ ବିଚାରକ ମଣ୍ଡଳୀ ଦ୍ବାରା ଚୟନ କରାଯିବ। ଏଥିରେ ଯେ‌ କେହି ଭାଗ ନେଇପାରିବେ ଏବଂ ଓଡ଼ିଆ ଖାଦ୍ୟ ପ୍ରତି ଲୋକଙ୍କୁ ଆକର୍ଷିତ କରିପାରିବେ। ‘ଫ୍ରିଡମ ଅଏଲ୍‌’ ଓ ‘ରୁଚି କମ୍ପାନି’ ପକ୍ଷରୁ ସମସ୍ତ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ପ୍ରଣାଳି ଟିଭିରେ ପ୍ରସାରଣ କରାଯିବ। ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ‌ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଚିବ ବିଶାଲ ଦେବ, ନିର୍ଦେଶକ ସଚ୍ଚିନ ଆର୍‌ ଯାଦବ, ଓଟିଡିସି ମହାପ୍ରବନ୍ଧକ ପ୍ରଣବ ଚାନ୍ଦ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର