ଭୁବନେଶ୍ୱର: ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସହ ନିଜର କିଛି ସମୟକୁ ସ୍ମରଣୀୟ କରିବା ପାଇଁ ଆପଣ ବିଦେଶ ଯିବାକୁ ଯୋଜନା କରୁଛନ୍ତି କି ? ଯଦି ହଁ ତେବେ ଓଟିଡିସି( ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ) ଆପଣଙ୍କ ପାଇଁ ଏଭଳି କିଛି ଯୋଜନା ପ୍ରସ୍ତୁତ କରିଛି | ଓଡ଼ିଆଙ୍କୁ କମ ମୂଲ୍ୟରେ ବିଦେଶ ବୁଲାଇନେବାର ଯୋଜନା କରାଯାଇଛି | ଏଣିକି ଯିଏ ଚାହିଁବେ ନିର୍ଦ୍ଧାରିତ ମୂଲ୍ୟ ଦେଇ ବିଦେଶ ଯାଇ ବୁଲିଆସିପାରିବେ | ଓଟିଡିସି ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର ଆଜି ଗୋ-ଗ୍ଲୋବାଲ ନାମରେ ଏମିତି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି | ବିଦେଶର ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଦୁବାଇ ଭଳି ସହରକୁ ବୁଲିଯିବାକୁ ଆପଣଙ୍କୁ ଓଟିଡିସି ଏକ ଅଫର ଦେଇଛି |
/sambad/media/post_attachments/wp-content/uploads/2020/02/ERxylXxWoAACLM1-e1582805693408-300x252.jpg)
କେତେ ଦିନ ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ?
ଯଦି ଆପଣ ଥାଇଲାଣ୍ଡ ଯିବାକୁ ଚାହୁଁଛନ୍ତି ତେବେ ୩ ରାତି ଓ ୪ଦିନ ପାଇଁ ୨୪୯୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ସେହିପରି ମାଲେସିଆ ପାଇଁ ୩ ଦିନ ୪ ରାତି ପାଇଁ ୨୯୯୯୦ ଟଙ୍କା ରଖାଯାଇଥିବାବେଳେ ସିଙ୍ଗାପୁର ଯିବାକୁ ହେଲେ ଆପଣଙ୍କୁ ୩୯୯୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଇଣ୍ଡୋନେସିଆର ବାଲି ଯିବାକୁ ଚାହୁଁଥିଲେ ୪ ରାତି ୫ ଦିନ ପାଇଁ ୩୪୯୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ସେହିପରି ଏହି ପ୍ୟାକେଜ ଅଧୀନରେ ଦୁବାଇ ଯିବାକୁ ହେଲେ ୪ ରାତି ଓ ୫ ଦିନ ପାଇଁ ୫୩୯୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ |
କଣ ମିଳିବ ସୁବିଧା ?
ଯିବା ଆସିବା ବିମାନ ଭଡା ସାଙ୍ଗକୁ ଭିସା ବାବଦ ଖର୍ଚ୍ଚ ଓ ଟ୍ରାଭେଲ ଇନ୍ସ୍ୟୁରାନ୍ସ
୩ ଷ୍ଟାର ବିଶିଷ୍ଟ ହୋଟେଲରେ ରହଣି ସାଙ୍ଗକୁ ଜଳଖିଆ ଓ ରାତ୍ର ଭୋଜନ
ସେହି ସହରରେ ଭ୍ରମଣ ପାଇଁ ଗାଡ଼ି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/the-editor.jpg)