ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ଆଜିର ପରୀକ୍ଷା ବାତିଲ କଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓ ଟି ଇ ଟି) ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରିପ୍ରେକ୍ଷୀରେ କର୍ତ୍ତୃପକ୍ଷ ଆଜି ହେବାକୁ ଥିବା ଓ ହୋଇଥିିବା ପରୀକ୍ଷାକୁ ବାତିଲ କରି ଦେଇଛନ୍ତି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଆସିବା ପରେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଥିଲା। ପରୀକ୍ଷା ବାତିଲ ହେବା ଫଳରେ ସେମାନେ ଅଧିକ ଭାଙ୍ଗି ପଡ଼ିଛନ୍ତି।

ଆଜି ଦୁଇଟି ସିଟିଂରେ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ହେଉଛି। ପ୍ରଥମ ସିଟିଂ ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇଛି ଓ ଏହା ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ହେବ। ଏଥର ଦୁଇଟି ସିଟିଂରେ ୧ ଲକ୍ଷ ୧୨ ହଜାର ପିଲା ଓଟିଇଟି ପରୀକ୍ଷା ଦେଉଛନ୍ତିି। ତେବେ ଆଜି ସକାଳୁ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ଲିକ୍‌ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଚର୍ଚ୍ଚାହେଉଥିବା ବେଳେ ପ୍ରଶ୍ନ ପତ୍ରର ସେଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାଯାଇଛି।

ଆଜି ଓଟିଇଟିର ପ୍ରଥମ ସିଟିଂରେ ଶିକ୍ଷାଶାସ୍ତ୍ର ପରୀକ୍ଷା ଥିଲା । ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହାପରେ ପ୍ରଶ୍ନପତ୍ର ଲିକ୍‌ ହେବା ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ କହିଛନ୍ତି ଯେ ଏମିତି କେତେ ପ୍ରକାର ଅଭିଯୋଗ ଆସୁଛି। ସେ ଅଭିଯୋଗର ସତ୍ୟାସତ୍ୟ କେତେ ସେ ନେଇ ଅନୁଧ୍ୟାନ ଚାଲିଛି । ତେବେ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ସହିତ ଏସବୁ ପ୍ରଶ୍ନର ମେଳ ଖାଉଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର