ବୋର୍ଡ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ମହାସଂଘର ବିକ୍ଷୋଭ, ଓଟିଇଟି ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ, ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି

ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କୁ ଘେରାଉ ପାଇଁ ଚେତାବନୀ

କଟକ : ୪୦ରୁ ଅଧିକ ପ୍ରଶ୍ନର ଠିକ୍ ଉତ୍ତର ଦେଇଥିବା ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ଦେଇ ଓଟିଇଟି ପାସ୍ ଘୋଷଣା କରାଯାଉ। ପ୍ରଶ୍ନପତ୍ର ହେର୍‌ଫେର ହୋଇଥିବା ଘଟଣା ସାଇବର କ୍ରାଇମ୍ ବ୍ରାଞ୍ଚ୍‌ ଦ୍ବାରା ତଦନ୍ତ ହେଉ। ବୋର୍ଡ ପକ୍ଷରୁ ଅନଲାଇନରେ ଚାଲେଞ୍ଜ୍ ପାଇଁ ଧାର୍ଯ୍ୟ ‌ହୋଇଥିବା ୫ଶହ ଟଙ୍କା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଆଦି ଦାବିରେ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସ-କ୍ୟାଡ୍‌ର) ମହାସଂଘ ଓ ଓଟିଇଟି ପରୀକ୍ଷାର୍ଥୀଙ୍କ ପକ୍ଷରୁ ଆଜି ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ମହାସଂଘ ସଭାପତି ଶରତ ଚନ୍ଦ୍ର ନାୟକ ଓ ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀଙ୍କ ‌ନେତୃତ୍ବରେ ୨ ହଜାରରୁ ଅଧିକ ଶିକ୍ଷକ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମହାସଂଘର ଏକ ଦଶ ଜଣିଆ ପ୍ରତିନଧି ଦଳ ବୋର୍ଡ ସଂପାଦକ ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ଦାବି ପୂରଣ ନ ହେଲେ ମହାସଂଘ ପକ୍ଷରୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଇ କରାଯିବାକୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର