୧୩ରୁ ବର୍ଷା: ଚାଷୀମାନଙ୍କ ଲାଗି ଉପଦେଶାବଳୀ ଜାରି କଲା ଓୟୁଏଟି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୧୩ ତାରିଖରୁ ୧୮ ତାରିଖ ଯାଏ ରାଜ୍ୟରେ ଲଘୁଚାପ ଜନିତ ବର୍ଷାର ଆଶଙ୍କା ରହିଛି। ତେଣୁ ଧାନରେ ପାଚିଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ରଖିବା ପାଇଁ  ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଉପଦେଶାବଳୀ ଜାରି କରାଯାଇଛି। ସେହିପରି ଯେଉଁ ଧାନ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ପାଚି ନାହିଁ ତାକୁ ସୁରକ୍ଷିତ ରଖିବା ପାଇଁ  ସେଠାରେ ଲୁଣମିଶା ପାଣି ସ୍ପ୍ରେ କରିବାକୁ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏକ ଲିଟର ପାଣିରେ ୨୦ ଗ୍ରାମ ଲୁଣ ମିଶାଇ ସ୍ପ୍ରେ କରିବାକୁ  କୁହାଯାଇଛି।ସୂଚନାଯୋଗ୍ୟ ଯେ ଲଘୁଚାପ ଯୋଗୁଁ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ଯାଏ ହାଲୁକା ବର୍ଷା ହୋଇପାରେ। ସେହିପରି ୧୬ରୁ ୧୮ ତାରିଖ ଯାଏ ମଧ୍ୟମରୁ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଷୀମାନଙ୍କ ଲାଗି ଏହି ଉପଦେଶାବଳୀ ଜାରି କରାଯାଇଛି।

ସମ୍ବନ୍ଧିତ ଖବର