ଓୟୁଏଟି-ପିସିଆରଏ ମଧ୍ୟରେ ରାଜିନାମା

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଟ୍ରାକ୍ଟର ତଥା ଅନ୍ୟାନ୍ୟ ଯନ୍ତ୍ରପାତି ପରିଚାଳନା ଏବଂ ଜଳସେଚନ ପାଇଁ ପମ୍ପ ଚଳାଇବା ସମୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲିୟମ ବ୍ୟବହାର ହେଉଛି। ପେଟ୍ରୋଲିୟମ ଜାତୀୟ ପଦାର୍ଥ ଆମଦାନୀ ନିମନ୍ତେ ଭାରତକୁ ଅନେକ ପରିମାଣର ଅର୍ଥ ବ୍ୟୟ କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ବୈଦେଶିକ ମୁଦ୍ରା ସଞ୍ଚୟ ଓ ପରିବେଶ ସୁରକ୍ଷା ନିମନ୍ତେ ପେଟ୍ରୋଲିୟମଜାତ ପଦାର୍ଥର ସଂରକ୍ଷଣ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଏବଂ ପେଟ୍ରୋଲିୟମ ସଂରକ୍ଷଣ ଗବେଷଣା ସଙ୍ଗଠନ (ପିସିଆରଏ) ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି।

ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଉପସ୍ଥିତିରେ ପିସିଆରଏ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ସଂଯୋଜକ ପି. କେ. ରାୟଚୌଧୁରୀ, ଓୟୁଏଟି ତରଫରୁ ଯୋଜନା ଓ ସମନ୍ଵୟ ବିଭାଗର ନିର୍ଦ୍ଦେଶକ ଡ. କୁମ୍ଭକର୍ଣ୍ଣ ରାଉତ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଓୟୁଏଟି ଅଧୀନ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକର କୃଷି ଯନ୍ତ୍ରପାତି ପରିଚାଳନା ତଥା ଜଳସେଚନ କ୍ଷେତ୍ରରେ ପେଟ୍ରୋଲିୟମଜାତ ପଦାର୍ଥ ବ୍ୟବହାର ହ୍ରାସ ପାଇଁ ସଚେତନତା ସୃଷ୍ଟି କରାଯିବ। କୃଷି କ୍ଷେତ୍ରରେ ଖର୍ଚ୍ଚ ହ୍ରାସ ହେବା ସହ ପରିବେଶ ସୁରକ୍ଷା ଦିଗରେ ସୁଫଳ ମିଳିପାରିବ।

ସମ୍ବନ୍ଧିତ ଖବର