୧୧୪ ପଞ୍ଚାୟତ ପାଇଁ ୧୦୪୫ ପ୍ରକଳ୍ପ ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ବର: ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ୪ଟି ଜିଲ୍ଲାର ୫ଟି ବ୍ଲକ୍‌ର ୧୧୪ ପଞ୍ଚାୟତ ପାଇଁ ୧୦୪୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଏମ୍‌ ରାମପୁର, କଟକ ଜିଲ୍ଲାର ନରସିଂହପୁର, କୋରାପୁଟ ଜିଲ୍ଲାର କୁନ୍ଦ୍ରା ଏବଂ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୨୩.୭୨ କୋଟି ଟଙ୍କା। କେସିଙ୍ଗା ବ୍ଲକ୍‌ର ୨୬ଟି ପଞ୍ଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୪୦ଟି ପ୍ରକଳ୍ପ, ଏମ୍ ରାମପୁର ବ୍ଲକ୍‌ର ୧୯ଟି ପଞ୍ଚାୟତ ପାଇଁ ୩.୮୦ କୋଟି ଟଙ୍କାରେ ୧୩୬ଟି ପ୍ରକଳ୍ପ, ନରସିଂହପୁର ବ୍ଲକ୍‌ର ୩୭ଟି ପଞ୍ଚାୟତ ପାଇଁ ୫.୯୭ କୋଟି ଟଙ୍କାରେ ୩୨୦ଟି ପ୍ରକଳ୍ପ, କୁନ୍ଦ୍ରା ବ୍ଲକ୍‌ର ୧୬ଟି ପଞ୍ଚାୟତ ପାଇଁ ୪.୯୦ କୋଟି ଟଙ୍କାରେ ୨୧୫ଟି ପ୍ରକଳ୍ପ ଓ ଶୁଳିଆପଦା ବ୍ଲକ୍‌ର ୧୬ଟି ପଞ୍ଚାୟତ ପାଇଁ ୩.୬୦ କୋଟି ଟଙ୍କାରେ ୧୩୪ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସା˚ସଦ, ବିଧାୟକ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୬୦ଟି ବ୍ଲକ୍‌ର ୫୬୫୨ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧୢମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୫୨,୨୭୪ଟି ପ୍ରକଳ୍ପ ପାଇଁ ୧୨୮୪.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର