ଅଜାର ତୀରମାଡ଼ରେ ନାତି ଆହତ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲୋଧାବସା‌ ଗ୍ରାମରେ ଅଜାର ତୀରମାଡ଼ରେ ନାତି ଆହତ ହୋଇଛି। ଗତକାଲି ରାତିରେ ଅଜା ଛେଳିଆ କମାର(୭୦)ଙ୍କ ସହ ନାତି ଶୁକ୍ରା କମାର (୨୫) ମଧ୍ୟରେ କୌଣସି କଥାକୁ କେନ୍ଦ୍ରକରି ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛେଳିଆ କମାର ଘରେ ଥିବା ଧନୁରେ ନାତି ଶୁକ୍ରାର ଛାତିକୁ ଲକ୍ଷ୍ୟକରି ତୀରମାଡ଼ କରିଥିଲା। ତୀରମାଡ଼ରୁ ନିଜକୁ ରକ୍ଷା କରିବାକୁ ଯାଇ ଶୁକ୍ରା ହାତ ଆଗକୁ କରିବାରୁ ତୀରଟି ଛାତିରେ ନ ବାଜି ବାମ ହାତରେ ପଶି ଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁକ୍ରାକୁ ଉଦ୍ଧାର ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର