ରାଜ୍ୟରେ କିନ୍ନରଙ୍କ ସଂଖ୍ୟା ୨୮୬୪

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୮୬୪ ଜଣ କିନ୍ନରଙ୍କୁ ଚିହ୍ନଟ କରାଯାଇ ପଞ୍ଜୀକୃତ କରାଯାଇଛି। ବଲାଙ୍ଗୀରରେ ସର୍ବାଧିକ ୪୩୮ ଜଣ କିନ୍ନର ଥିଲା ବେଳେ ତାହା ପଛକୁ ମୟୂରଭଞ୍ଜ(୩୬୬) ଓ ଖୋର୍ଦ୍ଧା(୩୬୨) ଜିଲ୍ଲା ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଦୌ କିନ୍ନର ନାହାନ୍ତି। ବ୍ୟୋମକେଶ ରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି ଜଣାଇଛନ୍ତି, କିନ୍ନରମାନଙ୍କ କଲ୍ୟାଣ ପାଇଁ ‘ସ୍ବୀକୃତି’ ନାମରେ ଏକ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ମାଧ୍ୟମରେ କିନ୍ନରମାନଙ୍କ ପିତାମାତାଙ୍କୁ ସହାୟତା, ଛାତ୍ରବୃତ୍ତି, ପ୍ରଶିକ୍ଷଣ, ଆତ୍ମନିଯୁକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ ଗଠନ, ବ୍ୟକ୍ତି ବିକାଶ ଓ ସଚେତନତା କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର