ଗୁରୁତର ଅସୁସ୍ଥ ଓଟକୁ ଛାଡ଼ି ମାଲିକ ଛୁ’

ରଣପୁର : ଯାହାକୁ ନେଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲା, ତାକୁ ଏବେ ମରଣମୁହଁକୁ ଠେଲି ଦେଇ ଚାଲିଗଲା ମାଲିକ। ଯନ୍ତ୍ରଣା ଓ ଜୀବନ ସହ ସଂଗ୍ରାମ କରୁଥିବା ଏକ ଓଟ ମାଲିକକୁ ଝୁରି ଲୁହ ଗଡ଼ାଉଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି, ରଣପୁର ବ୍ଲକ୍‌ ଅନ୍ତର୍ଗତ ଦର୍ପନାରାୟଣପୁର ପଶୁ ଚିକିତ୍ସାଳୟ ପରିସରରେ। ସୁଦୂର ରାଜସ୍ଥାନରୁ ଏକ ଓଟକୁ ସାଙ୍ଗରେ ଧରି ଜଣେ ବ୍ୟକ୍ତି ରୋଜଗାର ଉଦ୍ଦେଶ୍ୟରେ ଓଡ଼ିଶା ଆସି କିଛି ଦିନ ହେଲା ରଣପୁର ଓ ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିଲା। ହଠାତ୍‌ ଓଟ ମୁହଁର ଉପର ଭାଗରେ ଏକ କ୍ଷତ ସୃଷ୍ଟି ହୋଇ ସଂକ୍ରମିତ ହେବା ସହ ବଡ଼ ଆକାର ଧାରଣ କରିଥିଲା। ଏଭଳି ପରିସ୍ଥିତିରେ ଦର୍ପନାରାୟଣପୁର ଅଞ୍ଚଳରେ କିଛି ଦିନ ହେଲା ଓଟଟିକୁ ଛାଡ଼ି ଅତି ଗୁରୁତର ଅବସ୍ଥାରେ ମାଲିକ କୁଆଡ଼େ ଚାଲିଯାଇଛି।

ସମ୍ବନ୍ଧିତ ଖବର