ପାଚିକା ସହାୟିକା ସଂଘର ଧାରଣା

ଭୁବନେଶ୍ବର : ସରକାରୀ କର୍ମଚାରୀ ମାନ୍ୟତା, ଦରମା ବୃଦ୍ଧି, ଛଟେଇଗ୍ରସ୍ତଙ୍କୁ ପୁନଃ ଥଇଥାନ ଆଦି ଦାବିରେ ଆଜି ପାଚିକା ସହାୟିକା ସଂଘ ପକ୍ଷରୁ ବି‌ଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର କର୍ମକର୍ତ୍ତାମାନେ ଲୋୟର ପିଏମଜିରେ ପହଞ୍ଚି ସ୍ଲୋଗାନ ଦେବା ସହିତ ଦାବି ପୂରଣ ପାଇଁ ସରକାରଙ୍କୁ ନିବେଦନ କରିଥିଲେ। ସଂଘର ସବିତା ସ୍ବାଇଁ କହିଛନ୍ତି, ପାଚିକାମାନଙ୍କ ଚିକିତ୍ସା ଓ ଛୁଟିର ବ୍ୟବସ୍ଥା, ସର୍ବନିମ୍ନ ଦରମା ୨୧ ହଜାର ଟଙ୍କା, ବର୍ଷକୁ ଦୁଇ ହଳ ଶାଢ଼ି ପ୍ରଦାନ କରାଯାଉ। ଏ ନେଇ ସଂଘ ଦୀର୍ଘ ଦିନ ଧରି ଦାବି କରି ଆସୁଥି‌ଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିବାକୁ ସଂଘ କହିଛି। ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ଦାସ, ପ୍ରଦୀପ ରଥ, ରାଜକିଶୋର ମଲ୍ଲିକ, ପ୍ରଭାସ ମଞ୍ଜୁଳ ବ୍ରହ୍ମ, କୃଷ୍ଣପ୍ରିୟା ପତି, ନର୍ମଦା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର