ଚାଷୀଙ୍କୁ ଦେଲେ ଭୁଲ୍‌ ଔଷଧ! : ଶହେ ହେକ୍ଟର ଜମିରେ ଧାନଗଛ ଜଳିଗଲା

ବାହାନଗା : ମୌସୁମୀ ଧୋକାଦେଲା। କାଳବୈଶାଖୀ ଓ ରୋଗପୋକ ଚିନ୍ତାରେ ପକାଇଲା। ତଥାପି ସବୁ ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ଚାଷୀମାନେ ନିଜ ନିଜର ଧାନଚାଷକୁ ସୁରକ୍ଷା ଦେଇଥିଲେ। ହେଲେ ସେମାନଙ୍କର ସବୁ ସଂଘର୍ଷ ଆଜି ବ୍ୟର୍ଥ ହୋଇଛି। ତେବେ ଏ ପରିସ୍ଥିତି ପାଇଁ କୃଷି ବିଭାଗକୁ ଦାୟୀ କରିଛନ୍ତି ଚାଷୀ। ରୋଗପୋକ ଲାଗିଥିବା ଧାନକ୍ଷେତରେ ବିଭାଗର ପରାମର୍ଶ କ୍ରମେ ଭୁଲ୍‌ ଔଷଧ ପକାଇବା ପରେ ଗଛ ପୋଡ଼ି ନଷ୍ଟ ହେବାକୁ ବସିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ; ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ଅଧୀନ ଶ୍ରୀଜଙ୍ଗ ପଞ୍ଚାୟତର ପ୍ରାୟ ୧ ଶହ ହେକ୍ଟର ଧାନକ୍ଷେତରେ ପତ୍ରପୋଡ଼ା, କାଣ୍ତବିନ୍ଧା, ପଚା ଆଦି ରୋଗ ଦେଖାଯାଇଥିଲା। ଫଳରେ ଧାନଗଛ ଶୁଖିଯାଇଥିଲା। ଏହାର ପ୍ରତିକାର ପାଇଁ ଚାଷୀମାନେ କୀଟନାଶକ ବ୍ୟବହାର କରିଥିଲେ। ହେ‌େଲ କିଛି ଫଳ ମିଳନଥିଲା। ତେଣୁ ବାଧ୍ୟହୋଇ ସେମାନେ କୃଷି ବିଭାଗକୁ ଜଣାଇଥିଲେ। କୃଷି ବିଭାଗ ଚାଷଜମି ପରିଦର୍ଶନ କରି ଚାଷୀମାନଙ୍କୁ ରୋଗର ଲକ୍ଷଣ ଦେଖି ରିହାତି ଦରରେ ଔଷଧ କିଣି ଚାଷଜମିରେ ପକାଇବାକୁ ପରାମର୍ଶ ଦେଇଥିଲେ। ପରାମର୍ଶ ଅନୁସାରେ ପଞ୍ଚାୟତର ୨ ଶହରୁ ଅଧିକ ଚାଷୀ ୟୁନିକପ୍‌ ୫୦୦ ଓ ଆଣ୍ଟିବେକ୍‌ ଔଷଧ କିଣି ଜମିରେ ପକାଇଥିଲେ। ଔଷଧ ବ୍ୟବହାର କରିବାର ୩ ଦିନ ପରେ ଧାନଗଛ ହଳଦିଆ ରଂଗ ହେବା ସହ ପୋଡ଼ିଯାଇଛି।

ସମ୍ବନ୍ଧିତ ଖବର