ଚକଡ଼ା ଅନୁଧ୍ୟାନ କରିବ ବିଶେଷଜ୍ଞ ଟିମ୍‌

ସମ୍ବଲପୁର : ତିନି ଜିଲ୍ଲାର ଚକଡ଼ା ଅନୁଧ୍ୟାନ କରିବ ୩ ଜଣିଆ ରାଜ୍ୟ କୃଷି ବିଶେଷଜ୍ଞ ଟିମ। ଶସ୍ୟ ସଂରକ୍ଷଣ ଅଧିକାରୀ, ଓୟୁଏଟି ଭୁବନେଶ୍ୱରର ନୃତତ୍ତ୍ୱ ପ୍ରଫେସର, ସିଆଇପିଏଲର ଜଣେ ଅଧିକାରୀ କେନ୍ଦ୍ରରୁ ରାଜ୍ୟକୁ ଆସିଛନ୍ତି। ଏହି ତିନି ଜଣିଆ ଟିମ ସମ୍ବଲପୁର, ବରଗଡ଼ ଏବଂ କଳାହାଣ୍ଡିର ଚକଡ଼ା ସ୍ଥିତି ଦେଖିବେ ବୋଲି କହିଛନ୍ତି ଡିଡିଏ ଖଗେନ୍ଦ୍ର ଜେନା। ସେମାନେ ସର୍ବପ୍ରଥମେ ସମ୍ବଲପୁରର ପ୍ରଭାବିତ ତିନି ଜିଲ୍ଲା ବୁଲି ଦେଖିବା ସହିତ ଚକଡ଼ାର ସ୍ଥିତି, ନିରାକରଣ ନେଇ ପଦକ୍ଷେପ, କୃଷି ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶ ସମେତ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବେ। ଏ ନେଇ ରିପୋର୍ଟ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିବେ। ଅନ୍ୟଦିଗରେ ଜିଲ୍ଲାରେ ୬୫୯ ହେକ୍ଟର ଚକଡ଼ା ପ୍ରଭାବିତ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି। ଏଥିମଧ୍ୟରେ ଧନକଉଡ଼ାରେ ୩୯୮ ହେକ୍ଟର, ମାନେଶ୍ୱର ୧୨୧ ଏବଂ ଯୁଯୁମୁରାରେ ୧୪୦ ହେକ୍ଟର ଚକଡ଼ା ଯୋଗୁଁ ପ୍ରଭାବିତ ହୋଇଛି। ଏଠାରେ ସ୍ଥିତି ଭୟଙ୍କର ନଥିବା କୁହାଯାଇଛି।

ସମ୍ବନ୍ଧିତ ଖବର