ଭୁବନେଶ୍ବର : ବର୍ଷୀୟାନ ଗାନ୍ଧୀବାଦୀ, ସମାଜସେବୀ ଓ ମିଳିତ ଓଡ଼ିଶା ନିଶା-ନିବାରଣ ଅଭିଯାନର ଅଧ୍ୟକ୍ଷ ଶ୍ରୀ ପଦ୍ମଚରଣ ନାୟକଙ୍କୁ ‘ନିର୍ଭୀକ ନାଗରିକ ସମ୍ମାନ’ରେ ସମ୍ମାନିତ କରିବା ପାଇଁ ଓଡ଼ିଶା ନାଗରିକ ସମାଜ ନିଷ୍ପତ୍ତି ନେଇଛି। ଡିସେମ୍ବର ୧୮ ତାରିଖ ଦିନ ଗୀତ ଗୋବିନ୍ଦ ଭବନରେ ଓଡ଼ିଶା ନାଗରିକ ସମାଜର ଦଶମ ସ୍ବନକ୍ଷତ୍ର ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ। ଶ୍ରୀଯୁକ୍ତ ନାୟକ ୧୯୬୧ ମସିହାରେ ରାଜନଗର ବିଧାନସଭା ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରଥମେ ନିର୍ବାଚିତ ହୋଇଥିଲେ ବିଧାୟକ ଭାବରେ। ୧୯୫୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ରସାୟନ ଶାସ୍ତ୍ରରେ ପୋଷ୍ଟ ଗ୍ରାଜୁଏଟ୍ ପରେ ସେ ସମାଜ ସେବା କ୍ଷେତ୍ରରେ ପ୍ରବେଶ କରିଥିଲେ ଓ ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ସର୍ବୋଦୟ ନେତା ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଅନିର୍ବାଣ ପାଇଁ ଶ୍ରୀ ନାୟକଙ୍କୁ ସାହିତ୍ୟ ଏକାଡେମି ସମ୍ମାନିତ କରିଛନ୍ତି। ସାମାଜିକ ଜୀବନର ଆଦ୍ୟ ଭାଗରେ ସାମ୍ୟବାଦୀ ଚିନ୍ତାଧାରା ଦ୍ବାରା ପ୍ରଭାବିତ ଶ୍ରୀ ନାୟକ ଶେଷରେ ଗାନ୍ଧୀ ଓ ବିନୋବାଙ୍କ ଦ୍ବାରା ପ୍ରଭାବିତ ହୋଇ ୯୨ ବର୍ଷ ବୟସରେ ଓଡ଼ିଶାରେ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ଜନ ଆନ୍ଦୋଳନର ଦିଗ୍ଦର୍ଶକ ବୋଲି ଶ୍ରୀନିବାସ ମହାନ୍ତି, ସଦସ୍ୟ ସଂପାଦକ, ଓଡ଼ିଶା ନାଗରିକ ସମାଜ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।
ପଦ୍ମଚରଣ ନାୟକଙ୍କୁ ‘ନିର୍ଭୀକ ନାଗରିକ ସମ୍ମାନ’
/sambad/media/post_attachments/wp-content/uploads/2019/12/padma-charan-naik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)