କ୍ଷୀରସାଗର ନାୟକଙ୍କୁ ପଦ୍ମପୁର ଏସ୍‌ଡିପିଓ ଦାୟିତ୍ୱ

ଭୁବନେଶ୍ୱର,: ବିଜେପୁର ଉପ ନିର୍ବାଚନ ବେଳେ ବିବାଦ ଘେରକୁ ଆସି ଯାଇଥିବା ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ଅନ୍ୟତ୍ର ବଦଳି ପାଇଁ ଭାରତର ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଆଜି ଶ୍ରୀ ପଣ୍ଡାଙ୍କୁ ସମ୍ବଲପୁର ଆଇଜିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଝାରସୁଗୁଡ଼ା ରେଳବାଇ ଡିଏସପି କ୍ଷୀରସାଗର ନାୟକଙ୍କୁ ପଦ୍ମପୁର ଏସଡିପିଓ ଦାୟିତ୍ୱ ଦିଆଯାଇଥିବା ନେଇ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଦ୍ମପୁର ଏସଡିପିଓ ଶ୍ରୀ ପଣ୍ଡାଙ୍କ ସ୍ଥାନରେ ଆଉ ୩ ଜଣଙ୍କ ନାମ ସୁପାରିସ କରିବା ପାଇଁ କମିସନ ଓଡ଼ିଶା ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଜେପୁରରୁ ୪୦ ଲକ୍ଷ ଟଙ୍କା ଜବତ ଘଟଣାରେ ଏସ୍‌ଡିପିଓ ବିଜେପିକୁ ଇଙ୍ଗିତ କରିଥିଲେ। ଶ୍ରୀ ପଣ୍ଡାଙ୍କୁ ସେଠାରୁ ହଟାଇବା ପାଇଁ ବିଜେପି ବାରମ୍ବାର ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସମ୍ବନ୍ଧିତ ଖବର