ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା: କୂଅରୁ ମୃତଦେହ ଉଦ୍ଧାର, ୩ ଅଟକ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ କେ. ବାଲିପାଳ ପଞ୍ଚାୟତର ମୟୂରନଚା ଗ୍ରାମରେ ଡବଲ ମର୍ଡର। କେ. ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିବା ପରେ ମୃତଦେହକୁ କୂଅରେ ଫିଙ୍ଗି…
ଅଧିକ ଖବର ଦେଖନ୍ତୁ...

ଲୋୟର ସୁକତେଲ ପ୍ରକଳ୍ପ ବିରୋଧରେ ଆଦିବାସୀ ପରିବାର: ଜାତୀୟ ଜନଜାତି କମିସନକୁ ଆସିଲେନି ଜିଲ୍ଲାପାଳ

ଭୁବନେଶ୍ବର: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କୁ ଯେଉଁଭଳି ବିନା ବିଜୁଳି ଏବଂ ପାଣିରେ ଟିଣ ଘରେ କଲବଲ କରି ରଖାଯାଉଛି ଥରେ ଦେଖି ଆସନ୍ତୁ, ବିସ୍ଥାପିତଙ୍କ ଅବସ୍ଥା ଜଣାପଡ଼ିବ। ଦିଲ୍ଲୀସ୍ଥିତ ଜାତୀୟ ଜନଜାତି କମିସନରେ ହାଜର ବେଳେ ଏହି ମର୍ମରେ ନିଜ ମତ ଦେଇଥିବା କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

୧୩ହଜାରରୁ ଅଧିକ ଜେଲ୍‌ ଅନ୍ତେବାସୀଙ୍କ ହେବ ଏଚ୍‌ଆଇଭି, ଯକ୍ଷ୍ମା ପରୀକ୍ଷା

ଭୁବନେଶ୍ବର: ସାଧାରଣ ଲୋକଙ୍କ ତୁଳନାରେ ଜେଲ୍‌ ଅନ୍ତେବାସୀଙ୍କ ମଧ୍ୟରେ ଏଚ୍‌ଆଇଭି ସଂକ୍ରମଣ ଅଧିକ। ଗତ ୨ବର୍ଷ ଭିତରେ ରାଜ୍ୟର ବିଭିନ୍ନ ଜେଲ୍‌ରୁ ୧୨୦ଜଣ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଅନ୍ତେବାସୀଙ୍କ ମଧ୍ୟରେ ଅସୁରକ୍ଷିତ ‌ଯୌନ ସଂପର୍କ ଦ୍ବାରା ଏହା ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ହଜାରେ କୋଟିର କ୍ରିପ୍ଟୋ ଠକେଇ ମାମଲା: ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କୁ ଜେରା କରାଯିବ

ଭୁବନେଶ୍ବର: ହଜାରେ କୋଟିର କ୍ରିପ୍ଟୋ କରେନ୍ସି ଠକେଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା) ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କୁ ଜେରା କରିବାକୁ ଯୋଜନା କରୁଛି। ଠକେଇ କରିଥିବା ସଂସ୍ଥା ଏସଟିଏ (ସୋଲାର ଟେକ୍ନୋ ଆଲିଆନ୍ସ)ର ବିଭିନ୍ନ ପ୍ରଚାର ପ୍ରସାର…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାର ଆରମ୍ଭ: ଆରମ୍ଭ ହେଲା ‘ପଡ଼ା ପୁଷ୍ଟି’ କାର୍ଯ୍ୟକ୍ରମ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମାଆ, କିଶୋରୀ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ‘ପଡ଼ା ପୁଷ୍ଟି’ କାର୍ଯ୍ୟକ୍ରମର ମଧ୍ୟ ଆରମ୍ଭ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଡେଙ୍ଗୁ ପଜିଟିଭ୍ ହାର ୧୩%: ଖୋର୍ଧାକୁ ଟକ୍କର ଦେଉଛନ୍ତି ୩ ଉପକୂଳ ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଥମୁନାହିଁ। ଦିନକୁ ଦିନ ଡେଙ୍ଗୁର ସଂକ୍ରମଣ ହାର(ଟିପିଆର) ବୃଦ୍ଧି ପାଉଛି। ଗତକାଲି ରାଜ୍ୟରେ ଯେତିକି ରକ୍ତ ନମୁନା ପରୀକ୍ଷା ହୋଇଥିଲା ତହିଁରେ ଟିପିଆର ୧୩% ରହିଛି। ଏଥିରୁ ରାଜ୍ୟରେ ଡେଙ୍ଗୁ ସ୍ଥିତି ବାରି ହୋଇପଡ଼ୁଛି। ଡେଙ୍ଗୁ ନିୟନ୍ତ୍ରଣ କରିବାରେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଶାଗୁଆନ ଗଣ୍ଡି ଚୋରି ଉଦ୍ୟମ ବିଫଳ; ପିକ୍‌ଅପ୍ ଓ ବୋଲେରୋ ଜବତ, ୬ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଜଟାବାଲ ସେକ୍ସନ ଅନ୍ତର୍ଗତ ଗଡେଗାଁ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଭୋର ସମୟରେ ଅବାଧରେ ପଶି ଶାଗୁଆନ ଗଛ କାଟି ଗଣ୍ଡି କରି ନେଉଥିବା ସମୟରେ ବନ କର୍ମଚାରୀଙ୍କ ହାତରେ ୬ ଜଣ ଗିରଫ ହୋଇଛନ୍ତି। ସେହିପରି ଗୋଟିଏ ପିକ୍‌ଅପ୍‌ ଓ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ସପକ୍ଷରେ ବାହାରିଲା ବିଜେଡି; ପ୍ରଫୁଲ୍ଲ ସାମନ୍ତରା ଅଶାନ୍ତି ସୃଷ୍ଟି କରୁଛନ୍ତି: ବିଜେଡି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ଖଣି ଖନନକୁ କେନ୍ଦ୍ର କରି ତେଜିଲା ରାଜନୀତି। ବେଦାନ୍ତ କଂପାନି ସପକ୍ଷରେ ସିଧାସଳଖ ମଇଦାନକୁ ଓହ୍ଲାଇଲା ବିଜେଡି। ଆଜି ସାମ୍ବାଦିକ ସମ୍ମିଳନୀ କରି ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧରେ ବିଜେଡି ନେତା ବର୍ଷିଛନ୍ତି। ଖୋଲାଖୋଲି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ସରପଞ୍ଚ ସଂଘର ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା: ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗୁରୁବାର ପୂର୍ବାହ୍‌ଣରେ ସଂଘ ସମ୍ପାଦକ ତଥା ବାଜପୁର ସରପଞ୍ଚ କେଦାର ପୃଷ୍ଟି,…
ଅଧିକ ଖବର ଦେଖନ୍ତୁ...

ଲେପ୍ରା ସୋସାଇଟି କାର୍ଯ୍ୟାଳୟରେ ‘ଜୋତା ୟୁନିଟ’ ଉଦ୍‌ଘାଟିତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିକଟସ୍ଥ ଗଢଠାରେ ଥିବା ଲେପ୍ରା ସୋସାଇଟି କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଓ ଏଫସି ପ୍ରହଲ୍ଲାଦ ମଙ୍ଗରାଜଙ୍କ ପରିଚାଳନାରେ ନୂତନ ‘ଜୋତା ୟୁନିଟ’ ଉଦ୍‌ଘାଟିତ ହୋଇଯାଇଛି । ଏହାଦ୍ବାରା ଲେପ୍ରା ଓ ଫାଇଲେରିଆ ରୋଗୀମାନଙ୍କୁ ମାଗଣାରେ ଜୋତା ତିଆରି…
ଅଧିକ ଖବର ଦେଖନ୍ତୁ...