ଅନୁସନ୍ଧାନ କରୁଥିବା ବର୍ଗ
ରାଜ୍ୟ
+୨ ପରୀକ୍ଷାରେ କେଏମ୍ବିବିର ସଫଳତା
ଭୁବନେଶ୍ବର : ବୁଧବାର ଦିନ +୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପ୍ରତିବର୍ଷ ପରି ଏଥର ମଧ୍ୟ କଟକ ତ୍ରିଶୁଳିଆର ନରଣପୁରସ୍ଥିତ କେଏମ୍ବିବି ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲ(ଜୁନିଅର ସାଇନ୍ସ କଲେଜ)ର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା କଲେଜର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବଢ଼ିଲା
ଭୁବନେଶ୍ବର : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ୪ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ଏହି ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମାଓ ଭୟରେ ଅଟକିଛି ଦୁର୍ଗମ ଅଞ୍ଚଳର ଲାଇଫ୍ ଲାଇନ୍, ୪ ଗୁରୁତ୍ୱପୂର୍ଣ୍ଣ ସଡ଼କ କାମ ଅଧା
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍ ମଧ୍ୟରୁ ୧୧ଟି ବ୍ଲକ୍ରେ ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି। ଦୁର୍ଗମ ଅଞ୍ଚଳର ଲାଇଫ୍ ଲାଇନ୍ କୁହାଯାଉଥିବା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା କାମ ମାଓବାଦୀଙ୍କ ଭୟରେ ଅଟକି ରହିଛି। ମାଓଭୟ ଅଞ୍ଚଳର ବିକାଶରେ ବାଧକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କମିଲା +୨ ପାସ୍ହାର, କମିଲେ ମେଧାବୀ
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୨୨ ତୁଳନାରେ ଏଥର ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍ହାର ଯଥାକ୍ରମେ ୧୦.୨୨% ଓ ୧୩.୮୪% ହ୍ରାସ ପାଇଛି। ଗତବର୍ଷ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଯୁକ୍ତଦୁଇ ପରୀକ୍ଷାରେ ଆଶାନୁରୂପ ନମ୍ବର ରଖିନପାରି ୨ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଆଳି/ନୀଳଗିରି : ଯୁକ୍ତଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଆଶାନୁରୂପ ନମ୍ବର ରଖିନପାରି ୨ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜଣେ ଛାତ୍ରୀ ନଈକୁ ଡେଇଁ ପଡ଼ିଥିବା ବେଳେ ଅନ୍ୟଜଣେ ୩ ମହଲା କୋଠାରୁ ଡେଇଁ ପଡ଼ିଛନ୍ତି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଆଜିଠୁ ଆରମ୍ଭ ହେଲା ବିଜେପିର ମହା ଜନସମ୍ପର୍କ ଅଭିଯାନ: ଜୁନ୍ରେ ଆସିବେ ମୋଦୀ, ଶାହ, ରାଜନାଥ
ଭୁବନେଶ୍ବର : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ବିଜେପିର ମହା ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସାରା ଦେଶରେ ୫୧ଟି ‘ମହାରାଲି’ ଆୟୋଜନ କରାଯିବ। ଏଥିରୁ ଓଡ଼ିଶାରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦସ୍ୟୁଙ୍କ କବ୍ଜାରେ ଶିମିଳିପାଳ
ବାରିପଦା/କଳାବାଡ଼ିଆ : ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ମୟୂରଭଞ୍ଜର ମୁକୁଟ କୁହାଯାଉଥିବା ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ବିଶାଳ ଅଭୟାରଣ୍ୟରୁ ନିୟମିତ ବ୍ୟବଧାନରେ ହାତୀ, ବାଘ, ହରିଣ, ବିଷଧର ସାପ, ସମ୍ବର, କୁଟୁରା, ବାର୍ହା, ବଜ୍ରକାପ୍ତା ଆଦି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କେନାଲରେ ବୁଡ଼ି ଦୁଇ ସଂପର୍କୀୟ ଭାଇ ମୃତ
ତାଳଚେର : ତାଳଚେର ଥାନା ଗୁରୁଜାଙ୍ଗ ଗାଁରେ ବୁଧବାର ଦିନ ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳକୁ ଶୋକାଭିଭୂତ କରିଦେଇଛି। ଦୁଇ ସଂପର୍କୀୟ ଭାଇ ବୁଧବାର ଦିନ ଗାଁ ପାଖ କେନାଲରେ ଗାଧୋଇବାବେଳେ ବୁଡ଼ି ପ୍ରାଣ ହରାଇଛନ୍ତି। ଉଭୟ ଥିଲେ ବାପା, ମାଆଙ୍କର ଗୋଟିଏ ଲେଖାଏଁ ପୁଅ। ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଜୁନ୍ ୧୦ରୁ ପ୍ରତି ନିର୍ବାଚନମଣ୍ଡଳୀରେ ଚାଷୀ ବିକ୍ଷୋଭ
ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଏକାଧିକ ଯୋଜନା ଘୋଷଣା କରିଛନ୍ତି। ଦୁହିଁଙ୍କ ଶାସନ କାଳରେ ଚାଷ ଓ ଚାଷୀର ବିକାଶ ପାଇଁ କେଉଁ ଯୋଜନାଗୁଡ଼ିକରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ପ୍ରକୃତ ହିତାଧିକାରୀଙ୍କ ତାଲିକା ଶ୍ବେତପତ୍ର ଆକାରରେ ପ୍ରକାଶ କରାଯାଉ। ନଚେତ୍ ପ୍ରଦେଶ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବକ୍ସଡ୍ରେନ୍ ପାଇପ୍ ତଳେ ଚାପିହୋଇ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ମେୟର, କମିସନରଙ୍କୁ ଘେରିଲେ ବିରୋଧୀ
କଟକ : ଗହ୍ମାଡିଆ ନିକଟରେ ଚାଲିଥିବା ବକ୍ସ ଡ୍ରେନ୍ ନିର୍ମାଣର ପାଣି ପାଇପ୍ ତଳେ ଚାପି ହୋଇ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ସହରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। କଂଗ୍ରେସ ଓ ବିଜେପି ପକ୍ଷରୁ ଧାରଣା, ବିକ୍ଷୋଭ ପ୍ରଦର୍ଶନ ସହିତ ଘଟଣାସ୍ଥଳରେ ମେୟର ସୁବାସ ସିଂହ ଓ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...