ଆଜିଠୁ ଶ୍ରୀଜିଉଙ୍କ ପଞ୍ଚୁକ ନୀତି

ପୁରୀ : କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ଅନ୍ୟତମ ମୁଖ୍ୟ ଆକର୍ଷଣ ପଞ୍ଚୁକ ବ୍ରତ । ମହାପ୍ରଭୁ ଏହି ସମୟରେ ୫ ଦିନ ଧରି ବିଭିନ୍ନ ବେଶରେ ଦର୍ଶନ ଦେବେ। ପଞ୍ଚୁକ ବ୍ରତର ଶେଷ ଦିନ କାର୍ତିକ ପୂର୍ଣିମା ତିଥିରେ ମହାପ୍ରଭୁଙ୍କ ରାଜାରାଧି ବେଶ (ସୁନାବେଶ)କୁ ଭକ୍ତମାନେ ଦର୍ଶନ କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି । ପଞ୍ଚୁକ ନୀତି ନିର୍ଘଣ୍ଟ କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁପାଳନ ହେବ । ମହାପ୍ରଭୁଙ୍କ ରାଧାଦାମୋଦର ବେଶ ସମୟରେ ପଞ୍ଚୁକ ବେଶରେ ମହାପ୍ରଭୁ ଦର୍ଶନ ଦେବେ । ଆସନ୍ତା କାଲିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ପଞ୍ଚୁକ ନୀତି ସହ ଶ୍ରୀଜିଉଙ୍କ ପଞ୍ଜୁକ ବେଶ ନୀତି ସଂପନ୍ନ କରାଯିବ ।

ସମ୍ବନ୍ଧିତ ଖବର