ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆସନ୍ତାକାଲି ଯିବେ ଏମ୍ସ

ଭୁବନେଶ୍ୱର: ଓଲିଉଡ୍‌ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସୋମବାର ଅପରାହ୍ନରେ ହଠାତ୍‌ ଅଧିକ ଖରାପ ହୋଇପଡ଼ିଛି। ଅଧିକ ଚିକିତ୍ସା ନିମନ୍ତେ ପପୁଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯିବା ପାଇଁ ଯୋଜନା ଚାଲିଛି ବୋଲି ଶୁଣିବାକୁ ମିଳିଛି। ତିନି ଦିନ ତଳେ ଅସୁସ୍ଥ ପପୁଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ଭର୍ତ୍ତି କରାଯାଉଥିଲା। ତାଙ୍କର ପାନକ୍ରିୟାସ (ଅଗ୍ନ୍ୟାଶୟ) ଜନିତ ସମସ୍ୟା ଦେଖାଯାଇଛି। ଆସନ୍ତା ମଙ୍ଗଳବାର ଦିନ ପପୁଙ୍କୁ ଏୟାର ଆମ୍ବୁଲାନ୍‌ସ ଯୋଗେ ନୂଆଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରିବା ପାଇଁ ଯୋାଜନା ଚାଲିଥିବା ଜାଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ତିନି ଦିନ ତଳେ ସୁଟିଂ ସେଟରୁ ଘରକୁ ଫେରିବା ସମୟରେ ପପୁଙ୍କ ଶରୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ପପୁ ଅସୁସ୍ଥ ହେବା ଖବର ପାଇବା ମାତ୍ରେ ତାଙ୍କ ଅଜସ୍ର ପ୍ରଶଂସକ ଓ ବନ୍ଧୁ ପପୁଙ୍କୁ ଭେଟିବା ପାଇଁ ହସ୍‌ପିଟାଲ ଆଗରେ ଭିଡ ଜମାଇଛନ୍ତି। ପପୁ ଶୀଘ୍ର ସୁସ୍ଥ ହୋଇ ପୁଣି ସୁଟିଂରେ ଯୋଗ ଦିଅନ୍ତୁ ଓ ସମସ୍ତଙ୍କୁ ହସାନ୍ତୁ ବୋଲି ଇଶ୍ୱରଙ୍କ ପ୍ରାର୍ଥନା ଲାଗି କରୁଛନ୍ତି ତାଙ୍କ ପ୍ରଶଂସକ।

ସମ୍ବନ୍ଧିତ ଖବର