ଭୁବନେଶ୍ୱର: ମଙ୍ଗଳବାର ଓଲିଉଡର ହାସ୍ୟଭିନେତା ପପୁ ପମ୍ପମ୍ଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ୍କୁ ନିଆ ଯାଇଥିଲା। ଏଠାରେ ତାଙ୍କୁ ରାତି ପ୍ରାୟ ୯ଟା ବେଳେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏମ୍ସ୍ର ବରିଷ୍ଠ ପ୍ରଫେସର ଅନୁପ ସରାଏଙ୍କ ତତ୍ତ୍ୱାବଧାନାରେ ପପୁଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ପପୁଙ୍କୁ ଗାଷ୍ଟ୍ରିଓଇନ୍ଣ୍ଟ୍ରୋଲୋଜି ବିଭାଗରେ ରଖାଯାଇଛି। ପ୍ରଫେସର ଅନୁପ ସରାଏ କହିଛନ୍ତି, ପପୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ଏବଂ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ତିନି ଦିନ ତଳେ ସୁଟିଂ ସେଟରୁ ଘରକୁ ଫେରିବା ସମୟରେ ପପୁଙ୍କ ଶରୀର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କ ଅଧିକ ଚିକିତ୍ସା ଦରକାର ପଡ଼ିବାରୁ ଦିଲ୍ଲୀ ଏମସ୍କୁ ସ୍ଥାନାନ୍ତ କରାଯାଇଛି। ପପୁ ଶୀଘ୍ର ସୁସ୍ଥ ହୋଇ ପୁଣି ସୁଟିଂରେ ଯୋଗ ଦିଅନ୍ତୁ ଓ ସମସ୍ତଙ୍କୁ ହସାନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି ତାଙ୍କ ପ୍ରଶଂସକ।