ପପୁ ପମ୍‌ପମ୍‌ କାଷ୍ଟିଂ କାଉଚ୍‌ ମାମଲା: ପରବର୍ତ୍ତୀ ଶୁଣାଣି ଜୁନ ୨୦ରେ

କଟକ : ବହୁ ଚର୍ଚ୍ଚିତ ପପୁ ପମ୍‌ପମ୍‌ କାଷ୍ଟିଂ କାଉଚ୍‌ ମାମଲାରେ ସାକ୍ଷ୍ୟ ପ୍ରଦାନ ପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ଆଜି ଦିନ ଧାର୍ଯ୍ୟ କରିଥିଲେ। ଏ ନେଇ ପୀଡିତାଙ୍କ ସମେତ ସାକ୍ଷୀ ରାଜୀବ ଭଟ୍ଟ ଓ ଅନ୍ୟ ସାକ୍ଷୀ ଉପସ୍ଥିତ ଥିଲେ। ତେବେ ବିଚାରପତି ଛୁଟିରେ ଥିବାରୁ ଆସନ୍ତା ଜୁନ ୨୦ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର କୈଳାସ ପଟ୍ଟନାୟକ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଛନ୍ତି। ଫିଲ୍ମରେ ଅଭିନୟ ପାଇଁ ଆସିଥିବା ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଓଲିଉଡ୍‌ର କମେଡିଆନ ପପୁ ପମପମ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀଙ୍କ ନାମରେ ଗତ ୨୦୧୬ ମସିହା ଜୁନ୍‌ ୨୫ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୀଡିତାଙ୍କ ବାପା ସାକ୍ଷ୍ୟ ପ୍ରଦାନ କରିସାରିଛନ୍ତି।

ସମ୍ବନ୍ଧିତ ଖବର