ସୁଧୁରୁଛି ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା, ୨୫ ସୁଦ୍ଧା ଫେରିବେ!

0 375

ଭୁବନେଶ୍ୱର : ଓଲିଉଡ୍‌ ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ ଅସୁସ୍ଥ ହେବା ଘଟଣାକୁ ମାସେ ପୂରିଲା। ଏବେ ବି ସେ ଦିଲ୍ଲୀସ୍ଥିତ ଏମ୍‌ସ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ସହଯୋଗୀ ଗିଟୁ ଓ ପପୁଙ୍କ ପତ୍ନୀ ପପୁଙ୍କ ଯତ୍ନ ନେଉଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅନୁରୋଧକ୍ରମେ ପପୁଙ୍କୁ ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ଏମ୍‌ସରେ ଚିକିତ୍ସା କରୁଥିବା ଜଣାପଡ଼ିଛି। ହେଲେ ପପୁ ବେଳେ ବେଳେ ପୂର୍ବଭଳି ଅସୁସ୍ଥ ହୋଇପଡ଼ୁଥିବାରୁ ତାଙ୍କୁ ଡିସଚାର୍ଜ କରିବା ନେଇ କୌଣସି ତାରିଖ ସ୍ଥିର କରାଯାଇପାରୁନାହିଁ। ତାଙ୍କୁ ଦେଖାରଖା କରୁଥିବା ଡାକ୍ତର ଶ୍ରୀ ଶର୍ମାଙ୍କ କହିବା ଅନୁଯାୟୀ, ପପୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବାରୁ ତାଙ୍କୁ ଆସନ୍ତା ୨୫ ତାରିଖ ଆଡ଼କୁ ଡିସଚାର୍ଜ କରାଯାଇପାରେ। ହେଲେ ସେ ଘରେ ପ୍ରାୟ ୨ମାସ ବିଶ୍ରାମ ନେବେ। ତାଙ୍କ ଶରୀରରେ ସଂକ୍ରମଣ ଭାଗ ଅଧିକ ଥିବାରୁ ସେ ବାହାରକୁ ବାହାରିବା ପାଇଁ ବାରଣ କରାଯିବ। ପୂର୍ବରୁ ବୁକିଂ କରାଯାଇଥିବା ଏୟାର୍‌ ଆମ୍ବୁଲାନ୍ସ୍‌ରେ ସେ ଭୁବନେଶ୍ୱର ଫେରିବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

Panda Mobile only

ସୂଚନାଯୋଗ୍ୟ, ମାସେ ପୂର୍ବେ ପପୁ ରାଜ୍ୟ ବାହାରେ ବସନ୍ତ ସାହୁଙ୍କ ଚଳଚ୍ଚିତ୍ର ୪-ଇଡିଏଟ୍‌ ସୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପାନକ୍ରିୟାଜ (ଅଗ୍ନାଶୟ) ସଂକ୍ରମଣରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ଏହାସହ ତାଙ୍କର ଜଣ୍ଡିସ୍‌ ହୋଇ ପେଟ ଓ ଛାତିରେ କଷ୍ଟ ହେଉଥିଲା। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ସେଠାକାର ଡାକ୍ତରୀଦଳ ତାଙ୍କୁ ଏମ୍‌ସ ଯାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.