ପୋଷ୍ଟର ବିବାଦ ପରେ କମେଡି କିଙ୍ଗ ପପୁ ପମପମ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ । ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ମାମଲା ମହିଳା ଥାନା ଓ ମହିଳା କମିସନରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖି ପପୁ ପମପମ କହିଛନ୍ତି ଯେ ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି । ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି ସେ ଦାବି କରିଛନ୍ତି । ମିଷ୍ଟର କହ୍ନେୟା ଏକ ପ୍ରେରଣାଦାୟୀ ଫିଲ୍ମ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପପୁ ।
Sambad is now on WhatsApp
Join and get latest news updates delivered to you via WhatsApp
ଆଗାମୀ ଦିନରେ ରିଲିଜ ହେବାକୁ ଥିବା ଓଡିଆ ଫିଲ୍ମ ମିଷ୍ଟର କହ୍ନେୟାଙ୍କ ପୋଷ୍ଟରକୁ ନେଇ ପୁଣି ବିବାଦରେ ଫସିଛନ୍ତି ପପୁ ପମପମ୍ । ଏହି ପୋଷ୍ଟରରେ ଏ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ପୋଷ୍ଟରରେ କିଛି ଯୁବତୀଙ୍କ ବେକରେ ରସି ବାନ୍ଧି ଲଗାମ ଧରିବା ପୋଜରେ ନଜର ଆସିଛନ୍ତି ପପୁ । ଏହାକୁ ନେଇ କିଛି ବ୍ୟକ୍ତିବିଶେଷ ଆପତ୍ତି ଉଠାଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସ ନାରୀମାନଙ୍କୁ ଏ କି ପ୍ରକାର ସମ୍ମାନ ବୋଲି ପ୍ରଶ୍ନ କରିବା ସହ ପପୁଙ୍କ ଏଭଳି ପୋଷ୍ଟରକୁ କଟାକ୍ଷ କରାଯାଇ ଟ୍ରୋଲ କରାଯାଇଛି ।