ପାରାଦୀପ: ସମୁଦ୍ରରେ ଧରା ହେଲା ବିରଳ କାଉମାଛ, ଯାହାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା

ପାରାଦୀପ: ଆଜି ଜଗତସିଂହପୁର ଜିଲ୍ଲାରେ ଥିବା ପାରାଦୀପ ବନ୍ଦର ନିକଟରେ ଏକ ବିରଳ ମାଛ ଦେଖିବାକୁ ମିଳିଛି। ସ୍ଥାନୀୟ ଧୀବର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଏହି ବିରଳ କାଉମାଛ ଧରାପଡିଥିବା ଜଣାଯାଇଛି | ଗୋଟିଏ ମାଛର ଓଜନ ପ୍ରାୟ ଦୁଇ କ୍ବିଣ୍ଟାଲ୍ ହେବ | ଏହି ମାଛର ମୁହଁ କାଉର ଥଣ୍ଟ ପରି ହୋଇଥିବାରୁ ଏହାକୁ ଲୋକମାନେ କାଉମାଛ ବୋଲି କହିଥାନ୍ତି | ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା | ଏହାକୁ ନୋଳିଆ ସଂପ୍ରଦାୟର ମତ୍ସ୍ୟଜୀବୀମାନେ ଧରିବା ପରେ  ଅଠରବାଙ୍କୀର ବାଲିପ୍ଲଟ୍ ମାଛ ମାର୍କେଟକୁ ଆଣିଥିଲେ |

ସୂଚନାଯୋଗ୍ୟ, ଗତ ମାସରେ ମଧ୍ୟ ଏହିଭଳି କେତୋଟି ଛୋଟ ଛୋଟ କାଉମାଛ ଧରା ଯାଇଥିଲା | ଏହି ମାଛର ଚାହିଦା ଆମ ରାଜ୍ୟରେ ନ ଥିଲେ ମଧ୍ୟ ଏହାକୁ କେରଳ ଭଳି କେତେକ ରାଜ୍ୟରେ ବିକ୍ରୟ କରାଯାଏ | ଗୋଟିଏ କାଉମାଛର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି| ଏହି ଘଟଣା ଏବେ ପାରାଦୀପରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର