ଆମେରିକାରୁ ପ୍ରଥମ ଥର ପାଇଁ ପାରାଦୀପରେ ପହଞ୍ଚିଲା ଅଶୋଧିତ ତୈଳ ବୋଝେଇ ଜାହାଜ

ପାରାଦୀପ: ପାରାଦୀପ ବନ୍ଦରକୁ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ବୋଝେଇ ଜାହାଜ ଆମେରିକାରୁ ଆସିଛି। ଭାରତ ସରକାରଙ୍କ ନିୟନ୍ତ୍ରଣାଧିନ କମ୍ପାନି ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ’ ୧.୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଓଡ଼ିଶାର ବନ୍ଦର ନଗରୀକୁ ଆମଦାନୀ କରିଛି। ଏକ ବିଶାଳ ଜାହାଜ ‘ଏମ୍‌ଟି ନ୍ୟୁ ପ୍ରସପିଓରିଟି’ ୨ମିଲିୟନ ଅଶୋଧିତ ତୈଳ ନେଇ ଆମେରିକାର ଗଲ୍‌ଫ ତଟରୁ ଗତ ଅଗଷ୍ଟ ୧୯ରେ ବାହାରି ସୋମବାର ପାରାଦୀପ ବନ୍ଦରରେ ପହଞ୍ଚିଛି। ପାରାଦୀପ ବନ୍ଦର ଉପକୂଳରୁ ପାଖାପାଖି ୨୦ କିଲୋମିଟର ଦୂରରେ ଅବସ୍ଥିତ ଏସ୍‌ପିଏମ୍‌ ବର୍ଥରେ ଆମେରିକୀୟ ଜାହାଜ ଲାଗିଛି। ଏଥିରେ ଥିବା ଅଶୋଧିତ ତୈଳକୁ ପାଇପ ମାଧ୍ୟମରେ ଆଇଓସିଏଲ୍‌ ବିଶୋଧନାଗାରକୁ ଅଣାଯାଉଛି। ବିଶୋଧନ ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ତେଲ ଯିବ।

ଆମେରିକାରୁ ଆସିଥିବା ଅଶୋଧିତ ତୈଳକୁ ଆଇଓସି ପାରାଦୀପ ଓ ପଶ୍ଚମବଙ୍ଗର ହଳଦୀଆ, ବିହାରର ବାରାଉଣୀ ଓ ଆସାମର ବୋଙ୍ଗଇଗାଓରେ ଥିବା ବିଶୋଧନାଗାରରେ ବିଶୋଧନ କରାଯିବ। ବିଶାଳ ଜାହାଜ ପହଞ୍ଚିବା ପରେ ପାରଦୀପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଇଓସିର ଅଧିକାରୀ ଓ କର୍ମଚାରୀ, ତୈଳ ମନ୍ତ୍ରାଳୟ ଓ ଆମେରିକୀୟ ଦୂତାବାସର ଅଧିକାରୀମାନେ ଉପସ୍ଥିତ ଥିଲେ।

-ଆଇଓସି ହେଉଛି ଦେଶର ପ୍ରଥମ ସରକାରୀ କମ୍ପାନି ଯିଏ କି, ଆମେରିକାରରୁ ଅଶୋଧିତ ତୈଳ ଆମଦାନୀ କରିଛି।

-ଏଥି ସହିତ ୩.୯ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ ପାଇଁ ପ୍ରସ୍ତାବ ଦେଇଛି।

-ଦେଶର ଅନ୍ୟତମ କମ୍ପାନି ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ) ଆମେରିକାକୁ ୨.୯୫ମିଲିୟନ ବ୍ୟାରେଲ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ(ଏଚ୍‌ପିସିଏଲ୍‌) ୧ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ ପାଇଁ ଅର୍ଡର ଦେଇଛି।

-ବିପିସିଏଲ୍‌ ଦ୍ୱାରା ଆମଦାନୀ ହେବାକୁ ଥିଲା ଅଶୋଧିତ ତୈଳ କେରଳର କୋଚିରେ ବିଶୋଧନ ହେବାକୁ ଥିବା ବେଳେ ଏଚ୍‌ପିସିଏଲ୍‌ ଦ୍ୱାରା ଆମଦାନୀ ହେବାକୁ ଥିବା ଅଶୋଧିତ ତୈଳ ଆନ୍ଧ୍ରପ୍ରଦେଶର ଭାଇଜାଗରେ ବିଶୋଧନ ହେବ।

ଏକ ବିଜ୍ଞପ୍ତି ଅନୁସାରେ, ଭାରତୀୟ ତୈଳ କମ୍ପାନିମାନେ ଆମେରିକାରୁ ସମୁଦାୟ ୭.୮୫ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିବାକୁ ପ୍ରସ୍ତାବ ରଖିଛନ୍ତି। ୧୯୭୫ରେ ଆମେରିକା ପ୍ରଥମ ଥର ପାଇଁ ବିଦେଶ ରାଷ୍ଟ୍ରମାନଙ୍କୁ ତୈଳ ରପ୍ତାନୀ କରିବା ଆରମ୍ଭ କରିଥିବା ବେଳେ ଭାରତକୁ ପ୍ରଥମ ଥର ପାଇଁ ତୈଳ ଆମଦାନୀ କରିଛି। ଆମେରିକା ଦୂତାବାସ ତରଫରୁ ଏହି ସୂଚନା ଗଣମାଧ୍ୟମକୁ ବିଜ୍ଞପ୍ତି ଜରିଆରେ ଦିଆଯାଇଛି। ଉଭୟ ସରକାରୀ ଓ ଘରୋଇ ଭାରତୀୟ କମ୍ପାନିମାନେ ୫ ବିଲିୟନ ଆମେରିକୀୟ ଡଲାର ନିବେଶ କରିଛନ୍ତି। ଭାରତୀୟ କମ୍ପାନୀମାନେ ବାର୍ଷିକ ୫,୮ମିଲିୟନ ଏଲଏନ୍‌ଜି ଗ୍ୟାସ ଆମଦାନୀ ପାଇଁ କଥା ହୋଇଛନ୍ତି। ୨୦୧୮ ଜାନୁଆରି ପର୍ଯ୍ୟନ୍ତ ଏହି ଗ୍ୟାସ ମିଳିବ ବୋଲି ଅନୁମାନ କରାଯାଉଛି।

ଆଇଓସି ହେଉଛି ଦେଶର ପ୍ରଥମ ସରକାରୀ କମ୍ପାନି ଯିଏ କି, ଆମେରିକାରରୁ ଅଶୋଧିତ ତୈଳ ଆମଦାନୀ କରିଛି। ଏଥି ସହିତ ୩.୯ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ ପାଇଁ ପ୍ରସ୍ତାବ ଦେଇଛି। ଭାରତୀୟ ତୈଳ କମ୍ପାନିମାନେ ଆମେରିକାରୁ ସମୁଦାୟ ୭.୮୫ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିବାକୁ ପ୍ରସ୍ତାବ ରଖିଛନ୍ତି। ୧୯୭୫ରେ ଆମେରିକା ପ୍ରଥମ ଥର ପାଇଁ ବିଦେଶ ରାଷ୍ଟ୍ରମାନଙ୍କୁ ତୈଳ ରପ୍ତାନୀ କରିବା ଆରମ୍ଭ କରିଥିବା ବେଳେ ଭାରତକୁ ପ୍ରଥମ ଥର ପାଇଁ ତୈଳ ରପ୍ତାନୀ କରିଛି।

ସମ୍ବନ୍ଧିତ ଖବର