ଅପରେସନ ପରୀ-୨: ନିଖୋଜ ପିଲାଙ୍କୁ ପାଇବେ ପିତାମାତା

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍‌ ଶୀଘ୍ର ଅପରେସନ ପରୀ-୨ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଅପରେସନ ମାଧ୍ୟମରେ ନିଖୋଜ ଥିବା ପିଲାମାନଙ୍କୁ ଖୋଜାଯିବ। ଏହି ଅପରେସନ ରାଜ୍ୟ ଓ ରାଜ୍ୟ ବାହାରେ କରାଯିବ। ଅପରେସନ ଟିମର ସଦସ୍ୟମାନେ ଓଡ଼ିଶାର ନିଖୋଜ ପିଲାଙ୍କ ତଥ୍ୟ ଯୋଗାଡ଼ କରି ଘଟଣାସ୍ଥଳକୁ ପହଞ୍ଚିବେ। ସେପ୍ଟେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ରାଜ୍ୟ ଭିତରେ ଅପରେସନ ଚାଲିବ। ସେହିପରି ସେପ୍ଟେମ୍ବର ୧୬ରୁ ୩୦ ମଧ୍ୟରେ ରାଜ୍ୟ ବାହାରେ ଅପରେସନ ଚାଲିବ। ଠାବ ହେଲା ପରେ ଶିଶିଙ୍କୁ ପିତାମାତାଙ୍କୁ ହସ୍ତାନ୍ତର କରାଯିବ। ଆବଶ୍ୟକ ସ୍ଥଳେ ସେମାନଙ୍କୁ ଚାଇଲଡ ସେଲଟର ହୋମରେ ରଖାଯିବ।

ସମ୍ବନ୍ଧିତ ଖବର