ଖଟିଆରେ ବୁହାହେଲେ ରୋଗୀ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଲିଟିଗୁଡା ପଞ୍ଚାୟତର ମକରଦମପଡ଼ାକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଗାଁକୁ ଚାରିଚକିଆ କି ଦୁଇଚକିଆ ଯାନ ଯିବା ପାଇଁ ବିଶେଷ ଅସୁବିଧା ହେଉଛି। ରୋଗୀମାନଙ୍କୁ ଖଟିଆରେ ବୋହି ଲିଟିଗୁଡ଼ା ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡୁଛି। ଗୁରୁବାର ଦିନ ୧୧ଟାରେ ଗ୍ରାମର ଉଷାବତୀ ମାଝୀ (୬୫)ଙ୍କୁ ପ୍ରବଳ ଜ୍ୱର ହେବାରୁ ଗ୍ରାମବାସୀ ତଥା ପରିବାର ଲୋକେ ଖଟରେ ବୋହି ସିନାପାଲି ସିଏଚ୍‌ସିକୁ ଆଣିଥିଲେ। ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା।  ପରେ ସିନାପାଲି ସିଏଚ୍‌ସିରୁ ପୁଣି ଘରକୁ ନିଆଯାଇଥିଲା। ଏ ସଂପର୍କରେ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରଙ୍କୁ ପଚାରିବାରୁ ତଦନ୍ତ କରୁଛି ଏବଂ ଯଥାଶୀଘ୍ର ରାସ୍ତା ତିଆରି ପାଇଁ ବ୍ୟବସ୍ଥା କରିବି ବୋଲି କହିଥିଲେ।

ସମ୍ବନ୍ଧିତ ଖବର