ଏସ୍‌ସିବିରୁ ରୋଗୀ ନିଖୋଜ

କଟକ :ଏସ୍‌ସିବି ମେଡିସିନ୍‌ ଓ୍ଵାର୍ଡରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ତାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି। ବାରିପଦା ଅଂଚଳର ଯଶୋବନ୍ତ ଘଡେଇ କିରାସିନି ପିଇ ଗୁରୁତର ଅବସ୍ଥାରେ ବଡମେଡିକାଲ ନୂଆ ମେଡିସିନ୍‌ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଗତରାତିରେ ସେ ତାଙ୍କ ବେଡ୍‌ରେ ନଥିବା ଜଣାପଡିବା ପରେ ତାଙ୍କ ସଂପର୍କୀୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ତାଙ୍କୁ ପାଇନଥିବା ଜଣାପଡିଛି। କିନ୍ତୁ ଏ ସଂପର୍କରେ ମଙ୍ଗଳାବାଗ୍‌ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଅରୁଣ ସ୍ୱାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର