୧୯ରେ ଭୋଟ ପାଇଁ ବିଜ୍ଞପ୍ତି : ପାଟକୁରାରେ ହେବ ବଳ କଷାକଷି

ବିଜେଡି ପ୍ରାର୍ଥୀଙ୍କୁ ନେଇ କଳ୍ପନାଜଳ୍ପନା, ‌ବେଦୁଙ୍କ ପୁଅ ମୁହଁ ଖୋଲିଲେ, ବିଜୟ ବି ଜବାବ ଦେଲେ

ଭୁବନେଶ୍ବର : କେନ୍ଦ୍ରାପଡା ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ଆସନ ବୋଲି କୁହାଯାଉଥିବା ପାଟକୁରା ବିଧାନସଭା ଆସନରେ ୧୯ ତାରିଖରେ ଭୋଟ ହେବ। ଆଜି ଭାରତର ନିର୍ବାଚନ କମିସନ ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଏପ୍ରିଲ ୨୯ ତାରିଖରେ ଏଠାରେ ଭୋଟ ହେବାର ଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ବିେୟାଗ ପରେ ନିର୍ବାଚନକୁ କମିସନ ସ୍ଥଗିତ ରଖିଥିଲେ।

କମିସନଙ୍କ ବିଜ୍ଞପ୍ତି ଅନୁସାରେ, ମେ’ ପହିଲା ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୨ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୪ ତାରିଖରେ ପ୍ରତ୍ୟାହାରର ଶେଷଦିନ। ତେବେ ନିୟମ ଅନୁସାରେ କେବଳ ବିେଜଡି ହିଁ ପ୍ରାର୍ଥୀ େଦବ। ଅନ୍ୟମାନଙ୍କର ପ୍ରାର୍ଥିପତ୍ର ପୂର୍ବଭଳି କାଏମ ରହିବ। ଅର୍ଥାତ୍ ଏଠାରେ ବିେଜପିରୁ ବିଜୟ ମହାପାତ୍ର, କେଂଗ୍ରସରୁ ଜୟନ୍ତ ମହାନ୍ତି ପ୍ରମୁଖ ନିର୍ବାଚନ ଲଢ଼ିବେ।

ଏଥିସହତି ପାଟକୁରା ଆସନକୁ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି େହାଇଛି। କାରଣ ଏହି ନିର୍ବାଚନ ସହିତ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କର ରାଜନୈତିକ ଅସ୍ତିତ୍ୱ ଓ ମର୍ଯ୍ୟାଦା ରକ୍ଷାର ମଧ୍ୟ ଲଢ଼େଇ େହଉଛି। ଏଣୁ ସ୍ବାଭାବିକ ଭାବେ ଉଭୟ ବିେଜଡି ଓ ବିେଜପି ପାଇଁ ପାଟକୁରା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସମ୍ମାନର ପ୍ରଶ୍ନ େହାଇଛି। କେବଳ ସେତିକି ନୁେହଁ, ଯେହେତୁ ଏପ୍ରିଲ ୨୯ ପରେ ଓଡ଼ିଶାରେ ଆଉ ନିର୍ବାଚନ ନାହିଁ, ଏଣୁ ସବୁ ପ୍ରମୁଖ ଦଳ ଏହି ଆସନରେ ବଳ ଖଟାଇବେ।

ଅନ୍ୟପକ୍ଷରେ ଆଜି ପାଟକୁରା ଆସନ ପାଇଁ ତାରିଖ ଘୋଷଣା ପରେ ବିେଜଡି କାହାକୁ ପ୍ରାର୍ଥୀ କରିବ େସ େନଇ ଦଳରେ ଉତ୍କଣ୍ଠା ପ୍ରକାଶ ପାଇଛି। ସହାନୁଭୂତି ଭୋଟ ସାଉଁଟିବାକୁ ବିଜେଡି ସମ୍ଭବତଃ ଦିବଂଗତ ବେଦପ୍ରକାଶଙ୍କ ପତ୍ନୀ କିମ୍ବା ପୁତ୍ରଙ୍କୁ ପ୍ରାର୍ଥୀ କରିପାରେ େବାଲି େଗାଟିଏ ମହଲ ମତ ରଖୁଛନ୍ତି। ଆଜି ଏହାକୁ ଦିବଂଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ବଳ ଦେଇଛନ୍ତି। ବିଜୁ ଜନତା ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଆରମ୍ଭ େହାଇଛି। ସେ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ଦଳ ତାଙ୍କ ଉପରେ ଭରସା କରିଲେ, ସେ ନିଶ୍ଚିତ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ବାପାଙ୍କ ସ୍ବପ୍ନକୁ ସାକାର କରିବେ। ଯଦି ବିଜେଡି ତାଙ୍କୁ ଟିକେଟ୍ ନଦିଏ ତେବେ ସେ ଦଳ ପାଇଁ କାର୍ଯ୍ୟ କରିବେ।

ଅନ୍ୟ ଏକ ମହଲର କହିବା କଥା େହଉଛି, ବେଦପ୍ରକାଶଙ୍କ ମୃତ୍ୟୁକୁ ନେଇ ସମଗ୍ର ନିର୍ବାଚନମଣ୍ଡଳୀରେ ଯେଭଳି ରାଜନୀତିକ ଅନୁକମ୍ପା ତାଙ୍କ ପରିବାର ପ୍ରତି ରହିବା କଥା, ତାହା ଏପର୍ଯ୍ୟନ୍ତ ଅନୁଭୂତ ହେଉନଥିବାରୁ ବିଜେଡି ମଧ୍ୟ ସେଠାରେ ଅନ୍ୟ କିଛି କାର୍ଡ ଖେଳିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏଠାରେ ପ୍ରକାଶ ଥାଉକି, ଏହି ଆସନ ପାଇଁ ଯୁବ ନେତା ତେଜେଶ୍ବର ପରିଡା, ଅମରେଶ ପତ୍ରି, ଅଧ୍ୟାପକ ଅଜୟ ରାଉତ, ରବି ସାମଲ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଭାଇ ଶାନନ୍ତୁ ଆଶାୟୀ ଅଛନ୍ତି।

ଅନ୍ୟପକ୍ଷରେ ଆଜି ବିେଜପି ପ୍ରାର୍ଥୀ ତଥା ବରିଷ୍ଠ େନତା ବିଜୟ ମହାପାତ୍ର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାତନ କମିସନଙ୍କ ନିଷ୍ପତ୍ତିକୁ ସ୍ବାଗତ କରି ଶ୍ରୀ ମହାପାତ୍ର କହିଥିଲେ, ପାଟକୁରାବାସୀ ଚାହୁଁଥିଲେ ଚକ୍ରାନ୍ତ ଓ ଷଡ଼୍‌ଯନ୍ତ୍ର ନ େହଉ। ଅନିର୍ଦିଷ୍ଟ କାଳ ଯାଏ ନିର୍ବାଚନ ବନ୍ଦ ନ େହଉ। ତେବେ ମତଦାନ ଏଥର ଅନୁକମ୍ପା ସପକ୍ଷରେ ନୁେହଁ, ବରଂ ଷଡ଼୍‌ଯନ୍ତ୍ର ବିେରାଧରେ େହବ, ଏକଥା ପାଟକୁରାବାସୀ ସ୍ଥିର କରିଛନ୍ତି।

ବିେଜଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୨୯ ତାରିଖ ପରେ ଦଳର ବରିଷ୍ଠ େନତାମାେନ ପାଟକୁରାରେ ଡେରା ପକାଇବେ। ସେହିପରି ବିଜେପି ମଧ୍ୟ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସମେତ ଜାତୀୟସ୍ତରର ନେତାଙ୍କୁ ଆଣି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର