ଶେଷ ପର୍ଯ୍ୟାୟରେ ଦମ୍ ଦେଖାଇବେ, ପାଟକୁରାରେ ଜମିବ ହେଭିୱେଟ୍‌ ପ୍ରଚାର

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ୧୭ରେ, ରୋଡ୍‌ ସୋ’ କରିବେ, ପ୍ରତାପ ବୁଲିଲେ, ଧର୍ମେନ୍ଦ୍ର ଯିବେ ୧୪ରେ

ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପାଟକୁରା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ତିନି ପ୍ରମୁଖ ଦଳ କର ବା ମର ସ୍ଥିତିରେ ସେଠି ନିର୍ବାଚନ ଲଢ଼ୁଛନ୍ତି। ଏବେ ଦଳର ଛାମୁଆ େନତାମାନେ ସଂଗଠନ ସଜାଡୁଛନ୍ତି। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, କୌଣସି ଦଳ ପାଇଁ ବି ସ୍ଥିତି ଅତ୍ୟନ୍ତ ସହଜ ନଥିବାରୁ ଏବେ ‌େହଭିୱେଟ୍‌ମାନେ ଯାଇ ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯୋଜନା କରିଛନ୍ତି। େଶଷ ମୁହୂର୍ତରେ ନିଜ ସପକ୍ଷରେ େଭାଟ ଆଣିବା ଲାଗି ଏମାନେ ସ୍ବତନ୍ତ୍ର ରଣକୌଶଳ ପ୍ରୟୋଗ କରିବେ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ବିଜେପିକୁ କୌଣସି ସୁଯୋଗ ଛାଡ଼ିବାକୁ ଚାହୁଁ ନାହାନ୍ତି। ଦଳର ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାଙ୍କୁ ପଞ୍ଚାୟତ ଜଗାଇଲା ପରେ ନିଜେ ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି। ଆସନ୍ତା ୧୭ ତାରିଖରେ ସେ ପାଟକୁରା ଯିବେ ବୋଲି ଆପାତତଃ ଚୂଡ଼ାନ୍ତ ହୋଇଛି। ମନ୍ତ୍ରୀ ସୁଶାନ୍ତ ସିଂହ ଏ ନେଇ ଗଣମାଧ୍ୟମକୁ ଆଜି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପାଟକୁରାର ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ରୋଡ୍‌ ‌େସା’ କରିବେ। ନିର୍ବାଚନ ସମୟରେ େଯଉଁ ସ୍ବତନ୍ତ୍ର ବସ୍ େଯାଗେ ମୁଖ୍ୟମନ୍ତ୍ରୀ ସମଗ୍ର ଓଡ଼ିଶା ବୁଲି େଲାକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେହି ବସରେ ସେ ପାଟକୁରା ବୁଲିବା ପାଇଁ େଯାଜନା ଚାଲିଛି। ଏପରିକି ସେ ୧୭ ତାରିଖରେ ରାତ୍ରିଯାପନ କରି ୧୮ରେ ମଧ୍ୟ ପ୍ରଚାର କରିବେ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ତେବେ ଏ ନେଇ ସ୍ପଷ୍ଟ ସୂଚନା‌ ଦିଆଯାଇ ନାହିଁ।

ବିଜେପି ବି ପ୍ରଚାରରେ ପଛରେ ପଡ଼ିନାହିଁ। ନି‌େଜ ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରଚାର ମଙ୍ଗ ଧରି ବିଜେଡିକୁ ଚ୍ୟାଲେଞ୍ଜ୍ ଦେଉଛନ୍ତି। ତାଙ୍କୁ ବଳ ଯୋଗାଇବାକୁ ଆଜି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପାଟକୁରା ଯାଇ ପ୍ରଚାର କରିଛନ୍ତି। ଆସନ୍ତା ୧୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ସାମିଲ ହେବେ େବାଲି ସୂଚନା ମିଳିଛି। ସେ ଦୁଇଦିନ ଧରି ବିଜୟଙ୍କ ପାଇଁ ରୋଡ୍‌ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।

ବିଜେଡି-ବିଜେପି ସିଧାସଳଖ ମୁକାବିଲା ହେଉଥିଲେ ବି ପ୍ରଚାର ଅଭିଯାନକୁ ଆଖିଦୃଶିଆ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଆଜି କଂଗ୍ରେସ ଭବନରେ ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ଉପସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଭୟ ଦଳକୁ ସମାଲୋଚନା କରିବା ସହ କହିଛନ୍ତି, ବାହୁଡ଼ା ପ‌େର କଂଗ୍ରେସ ପ୍ରଚାରକୁ ଜୋର୍‌ଦାର୍ କରିବ। ପ୍ରଚାର ପାଇଁ ସମସ୍ତ ବିଧାୟକ ଓ ସାଂସଦକୁ ୨/୩ ଦିନ ପାଟକୁରାରେ ରହିବାକୁ କୁହାଯାଇଛି। କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ପ୍ରଚାରରେ ଆସିବାକୁ କୁହାଯାଇଛି। ଆମେ ଅର୍ଥ ବଳରେ ପାଟକୁରାରେ ଲଢ଼ିପାରିବୁନି କି ଜିତି ପାରିବୁନି। ପାଟକୁରାବାସୀଙ୍କୁ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ରକ୍ଷା କରିବାକୁ ଅନୁରୋଧ କରିବା ସହ କଂଗ୍ରେସକୁ ଭୋଟ୍‌ ଦେବା ପାଇଁ କହିବୁ। ବିଜେଡି-ବିଜେପି ଏକ ହୋଇଥିବାରୁ କଂଗ୍ରେସ ହିଁ ଏକମାତ୍ର ବିରୋଧୀ, ଯିଏ ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିପାରିବ। ଭୋଟର୍‌ଙ୍କୁ ଏହି କଥା ବୁଝାଇବାକୁ ଚେଷ୍ଟା କରି ଭୋଟ୍‌ ମାଗିବୁ।

ସମ୍ବନ୍ଧିତ ଖବର