ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନର ପ୍ରଥମ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୨୯୨୭ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।

ବିଜେଡି ସପକ୍ଷରେ ୬୭୩୫ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୩୮୦୮ ଖଣ୍ଡ ଭୋଟ୍‌।

କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପାଇଛନ୍ତି ମାତ୍ର ୨୨୭ ଖଣ୍ଡ ଭୋଟ୍‌।

କେନ୍ଦ୍ରପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍‌ ଚାଲିଥିବା ଭୋଟ୍‌ ଗଣତିରେ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଭୋଟ୍‌ ଗଣତି ହୋଇଥିଲା।

ତା’ପରେ ଇଭିଏମ୍‌ ସିଲ୍‌ ଖୋଲାଯାଇ ଡେରାବିଶ ବ୍ଲକ୍‌ର ଭୋଟ୍‌ ଗଣତି ହୋଇଥିଲା।

ସମ୍ବନ୍ଧିତ ଖବର