ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ରଜତ ଜୟନ୍ତୀ ୨୨ରୁ

ବିଭିନ୍ନ ରାଜ୍ୟରେ ବର୍ଷେ ବ୍ୟାପି ପାଳିତ ହେବ 8ପୁରୀରୁ ଭୁବନେଶ୍ୱର ଯିବ ଶୋଭାଯାତ୍ରା

ପୁରୀ : ଗୋବର୍ଦ୍ଧନ ପୀଠାଧିଶ ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ପୀଠାଧୀଶ ହେବାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ସାଧକମାନେ ଏହି ପଟ୍ଟାଭିଷେକର ରଜତ ଜୟନ୍ତୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତିି ମହୋତ୍ସବ ନାମରେ ନାମିତ ହୋଇଥିବା ଏହି ମହୋତ୍ସବ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହାର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ରହିଛନ୍ତି।

ଦେଶବ୍ୟାପି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶ୍ୱ ଶାନ୍ତି ତଥା ବୈଦିକ ସନାତନ ସଂସ୍କୃତି ଓ ଏଥିରେ ଭଗବତପାଦ ଆଦି ଶଙ୍କରାଚାର୍ଯ୍ୟଙ୍କର ଅବଦାନ ଓ ଗୋବର୍ଦ୍ଧନ ପୀଠର ପରମ୍ପରା ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜା ପ୍ରକାଶ କରିଛନ୍ତି। ୨୨ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୦ ପର୍ଯ୍ୟନ୍ତ ଅର୍ଥାତ୍‍ ୨୦ ଦିନ ଧରି ପୁରୀରେ କାର୍ଯ୍ୟକ୍ରମ ଆୟୋଜିତ ହେବା ପରେ ଏହି ସବୁ ରାଜ୍ୟରେ ଆରମ୍ଭ ହେବ। ଏହି ଅବସରରେ ୨୨ ତାରିଖ ଦିନ ଶ୍ରୀମନ୍ଦିରରୁ ଗୋବର୍ଦ୍ଧନ ପୀଠ ହୋଇ ଏକ ଶୋଭାଯାତ୍ରା ଭୁବନେଶ୍ୱର ଯିବ। ସେଠାରେ ଏକ ଆଧ୍ୟାତ୍ମିକ ସଭା ହେବ। ୨୩ରୁ ୭ ଫେବୃଆରି ପର୍ଯ୍ୟନ୍ତ ୧୬ ଶାସନ ବା ଅତି କମ୍‍ରେ ୩୧ଟି ଶାସନ ଏହି ଶୋଭାଯାତ୍ରା ବୁଲିବ। ଶ୍ରୀ ନଅରରେ ଆୟୋଜିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜାଙ୍କ ସହ ତଳୁଚ୍ଛ ନିଳକଣ୍ଠ ମହାପାତ୍ର, ମନୋଜ ରଥ, ପ୍ର ହରେକୃଷ୍ଣ ଶତପଥି, ସତ୍ୟନାରାୟଣ ମିଶ୍ର, ମହାବୀର ରୁଦ୍ର ନାରାୟଣ ସାହୁ, ପ୍ରଫୁଲ୍ଲ ରଥ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର