ଜନ୍ମ ସମୟରେ ଲିଙ୍ଗଗତ ଅନୁଧ୍ୟାନ ଉପରେ ଗୁରୁତ୍ବ

ପିସି ଏଣ୍ଡ ପିଏନ୍‌ଡିଟି ଆଇନ ଉପରେ ଆଞ୍ଚଳିକ କର୍ମଶାଳା

ଭୁବନେଶ୍ବର(ଇମିସ): କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପିସି ଏଣ୍ଡ ପିଏନ୍‌ଡିଟି ଆଇନ ୧୯୯୪ ନେଇ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ୧୦ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ପିସି ଏଣ୍ଡ ପିଏନ୍‌ଡିଟି ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟସ୍ତରୀୟ ଅନୁଧ୍ୟାନ ବୋର୍ଡ ଓ ଏହାର ଦାୟିତ୍ବରେ ଥିବା କର୍ତୃପକ୍ଷମାନଙ୍କୁ ଏନେଇ ରୁଜ୍ଜୁ ହେଉଥିବା ମାମଲାକୁ ଆଇନର ପରିଧି ଭିତରେ ଅନୁଧ୍ୟାନ କରିବା ପାଇଁ ଅଦଲାତ କହିଛନ୍ତି। ଏହାସହିତ ରାଜ୍ୟଗୁଡ଼ିକରେ ଜନ୍ମ ସମୟରେ ଲିଙ୍ଗଗତ ଅନୁପାତକୁ ଅନୁଧ୍ୟାନ କରିବା ପାଇଁ କୁହାଯାଇଛି। ସେହିପରି ଅନ୍ୟ ଏକ ମାମଲାରେ ଇଣ୍ଟରନେଟର ବିଭିନ୍ନ ସର୍ଚ ଇଞ୍ଜିନ ପିସି ଏଣ୍ଡ ପିଏନ୍‌ଡିଟି ଆଇନର ଉଲ୍ଲଂଘନ ନେଇ ହୋଇଥିବା ଅଭିଯୋଗ ଗୁଡ଼ିକର ଦାୟିତ୍ବରେ ଥିବା ଅଧିକାରୀଙ୍କ ଦ୍ବାରା ଅନୁଧ୍ୟାନ ସହିତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଂପୃକ୍ତ ସର୍ଚ ଇଞ୍ଜିନଗୁଡ଼ିକ ଉତ୍ତର ଦେବା ପାଇଁ ଅଦାଲତ କହିଛନ୍ତି।

ଏହି କର୍ମଶାଳାରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏନ୍‌ଡିଟି ମହାନିର୍ଦେଶକ ବିଦୁଷୀ ଚତୁର୍ବେଦୀ, ରାଜ୍ୟ ସ୍ବାସ୍ଥ୍ୟ ମିସନ ନ‌ିର୍ଦେଶିକା ଶାଳିନୀ ପଣ୍ଡିତ, ଝାରଖଣ୍ଡ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା କ୍ରିପାନନ୍ଦ ଝା, ରାଜ୍ୟ ସମାଜ ମଙ୍ଗଳ ନିର୍ଦେଶକ ରଘୁ ଜି. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଲିଙ୍ଗଗତ ପରାମର୍ଶଦାତା ଇଫାତ ହମିଦ ପ୍ରମୁଖ ବିଭିନ୍ନ ରାଜ୍ୟରେ ପିସି ଏବଂ ପିଏନ୍‌ଡିଟି ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରମାନେ ପଠାଉଥିବା ବିଭିନ୍ନ ପ୍ରସଙ୍ଗ ସହତି ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ଉପରେ କର୍ମଶାଳାରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶା ଜୁଡିସିଆଲ ଏକାଡେମି ଦ୍ବାରା ପିସି ଏଣ୍ଡ ପିଏନ୍‌ଡିଟି ଆଇନ ଉପରେ ପ୍ରକାଶିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର