ପିସିସିର ପୁନର୍ଗଠନ କରାଯିବ ବୋଲି କହିଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସି କମିଟିର ପୁନର୍ଗଠନ କରାଯିବ ବୋଲି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କମିଟି ଗଠନ ନେଇ ଚଳିତ ମାସରୁ କାମ ଆରମ୍ଭ କରାଯିବ । ଏହି ସମୟ ମଧ୍ୟରେ କଂଗ୍ରେସକୁ ପୁଣିଥରେ ସୁସଙ୍ଗଠିତ କରିବା ପାଇଁ ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରାଯିବ ।

ତଳସ୍ତରରୁ  ଉପର ସ୍ତର ପର୍ଯ୍ୟନ୍ତ ସମସ୍ତ କମିଟି ପୁନର୍ଗଠନ କରାଯିବ । ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ଦଳ ପାଇଁ କାମ କରିଛନ୍ତି ସେମାନଙ୍କୁ ନେଇ ଛୋଟ କମିଟି ଗଠନ କରାଯିବ । ଖାସକରି ଆଉ ପୂର୍ବଭଳି ଜୋନ କମିଟି ରହିବନି ବରଂ ବ୍ଲକ କମିଟି ଗଠନ କରାଯିବ ।

photo–india com

ଏହାଛଡ଼ା ବିଜେପୁର ବାଜି ଜିତିବା ପାଇଁ କଂଗ୍ରେସ ଦେଢ ମାସ ଆଗରୁ ରଣନୀତି ପ୍ରସ୍ତୁତ କରିଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଆଉ ଏହି କମିଟି ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ କାର୍ଯ୍ୟ ହେବ ବୋଲି କହିଛନ୍ତି ନିରଞ୍ଜନ । ବିଜେପୁର ଉପନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହେବାକୁ ଥିବା ବେଳେ କଂଗ୍ରେସ ଏବେ ନୂଆ ରଣନୀତି ଆପଣାଇଛି  ।

ସମ୍ବନ୍ଧିତ ଖବର