ପିସିସି ସଭାପତିଙ୍କ ଦାବି : ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କର

ଭୁବନେଶ୍ୱର : ପଛୁଆବର୍ଗ(ଓବିସି)ଙ୍କ ପାଇଁ ସବୁ କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ୱୀକୃତି ମିଳିଛି। କିନ୍ତୁ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି। ଫଳରେ ପଛୁଆବର୍ଗ ସେମାନଙ୍କର ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହା ଲାଗୁ କରିବାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତିି।

ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ପଛୁଆବର୍ଗ(ଓବିସି) ବିଭାଗ ଅଧ୍ୟକ୍ଷ ବିଷ୍ଣୁଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତ କଂଗ୍ରେସ କମିଟିର ନବନିଯୁକ୍ତ ଓବିସି ଅଧ୍ୟକ୍ଷ ତଥା ସାଂସଦ ତାମ୍ରଧ୍ୱଜ ସାହୁ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ବୈଠକକୁ ଉଦ୍‌ଘାଟନ କରିଥିଲେ। ପଛୁଆବର୍ଗ ଜନସାଧାରଣ ଏବେ ବି ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହେଉଥିବାରୁ ସେମାନଙ୍କର ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବାକୁ ଶ୍ରୀ ସାହୁ ଆହ୍ଵାନ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଦେବେନ୍ଦ୍ରନାଥ ଶର୍ମା, ମହମ୍ମଦ ମୋକିମ୍‌, ସସ୍ମିତା ବେହେରା, ଶୁଭେନ୍ଦୁ ମହାନ୍ତି, ଫକୀର ଚରଣ ଖଟୁଆ, ଅରିନ୍ଦମ ସର୍କେଲ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବୀପ୍ରସାଦ ବାହାଲିଆ, ସଂଜୟ ରାୟ, ରାଜକିଶୋର ବାରିକ, ଅଭିଷେକ ମହାନନ୍ଦ, କଳିଙ୍ଗ ସାହୁ, ଗିରିବାଳା ବେହେରା, ଶୈଳବାଳା ଜେନା, ସୁମିତ୍ରା ଜେନା, ବୀଣାପାଣି ସାମଲ, କଳ୍ପନା ରାଉତରାୟ, ମନୋଜ ମହାପାତ୍ର, ମନୋରଞ୍ଜନ ରାଉତରାୟ, ହଳଧର ସେଠୀ, ପଦ୍ମାକର ଗୁରୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର