କର୍ମକର୍ତାମାନଙ୍କୁ ଜିଲ୍ଲା ଓ ସ˚ଗଠନ ଦାୟିତ୍ବ ନ୍ୟସ୍ତ କଲେ ପିସିସି ସଭାପତି

ଭୁବନେଶ୍ବର: ପ୍ରଦେଶ କ˚ଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ କର୍ମକର୍ତାମାନଙ୍କୁ ଜିଲ୍ଲା ଓ ବିଭିନ୍ନ ସା˚ଗଠନିକ ଦାୟିତ୍ବ ବଣ୍ଟନ କରିଛନ୍ତି। ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀଙ୍କୁ ଶୃଙ୍ଖଳାଗତ କମିଟିର ଆବାହକ ଦାୟିତ୍ବ ସହିତ ପ୍ରଦେଶ ନିର୍ବାଚନ ପ୍ରସ୍ତୁତି ଓ ପ୍ରଚାର କମିଟିର ସଦସ୍ୟ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ପିସିସି ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ସହିତ ସେବାଦଳ ସ˚ଗଠନ ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ବିଜୟଲକ୍ଷ୍ମୀ ସାହୁଙ୍କୁ ପୁରୀ ଜିଲ୍ଲା, ସଦନ ନାୟକଙ୍କୁ ରାୟଗଡ଼ା, ସନ୍ତୋଷ ସି˚ ସାଲୁଜାଙ୍କୁ ସମ୍ବଲପୁର ଓ ସୁନ୍ଦରଗଡ଼, ରାଧାକାନ୍ତ ଦିଗଲଙ୍କୁ ସୁବର୍ଣ୍ଣପୁର, ଗଣେଶ୍ବର ବେହେରାଙ୍କୁ ଜଗତସି˚ହପୁର, ଦେବାଶିଷ ପଟ୍ଟନାୟକଙ୍କୁ ବାଲେଶ୍ବର, ଆଲୋକ ମିଶ୍ରଙ୍କୁ ଦେବଗଡ଼, ରାଜକିଶୋର ଷଡଙ୍ଗୀଙ୍କୁ ଝାରସୁଗୁଡ଼ା ଓ ରାଉରକେଲା ଜିଲ୍ଲା, ରାଜକିଶୋର ଦାସଙ୍କୁ ବରଗଡ଼, ହିମା˚ଶୁ ଶେଖର ଦାସଙ୍କୁ କନ୍ଧମାଳ, ଉମାବଲ୍ଲଭ ରଥଙ୍କୁ ନୟାଗଡ଼, ଶିବାନନ୍ଦ ରାୟଙ୍କୁ ଯାଜପୁର, ସରୋଜ ପାତ୍ରଙ୍କୁ ନୂଆପଡା, ଅଜିତ୍‌ ଦାସଙ୍କୁ କଳାହାଣ୍ତି, ଆକବର ଅଲ୍ଲୀଙ୍କୁ ଭଦ୍ରକ, ହିମା˚ଶୁ ଶେଖର ଲିମାଙ୍କୁ ମାଲକାନଗିରି, ଶୁଭେନ୍ଦୁ ମହାନ୍ତିଙ୍କୁ ଗଞ୍ଜାମ, ଲକ୍ଷ୍ମଣ କୁମାର ମେହେରଙ୍କୁ ଅନୁଗୁଳ, ଅଧିରାଜ ପାଣିଗ୍ରାହୀଙ୍କୁ ନବରଙ୍ଗପୁର, ଆପଲା ସ୍ବାମୀ କାଡ୍ରାକାଙ୍କୁ ଗଜପତି, ନକୁଳ ନାୟକଙ୍କୁ କୋରାପୁଟ, ସସ୍ମିତା ବେହେରାଙ୍କୁ ବୌଦ୍ଧ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲଙ୍କୁ ବଲାଙ୍ଗୀର, ସ˚ଗ୍ରାମ କେଶରୀ ଜେନାଙ୍କୁ କେନ୍ଦ୍ରାପଡ଼ା, ବିଜନ ସାହୁଙ୍କୁ କେନ୍ଦୁଝର, ଶିଶିର କୁମାର ନାୟକଙ୍କୁ କଟକ, ନିକୁ ପଶାୟତଙ୍କୁ ଖୋର୍ଧା ଓ ଦ୍ବିବ୍ୟେନ୍ଦୁ ପାଣିଗ୍ରାହୀଙ୍କୁ ମୟୂରଭଞ୍ଜ ଜିଲ୍ଲା ସଂଗଠନ ଦାୟିତ୍ବ ଦିଆଯାଇଛି। ସେହିଭଳି ବରିଷ୍ଠ ନେତା ଅମରନାଥ ପ୍ରଧାନ, ସ˚ଜୀବ ଗିରି, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପିସିସି ସଭାପତିଙ୍କ ସହ ସ˚ଯୁକ୍ତ କରାଯାଇଛି। ଅଧ୍ୟାପକ କୈଳାସ ଆଚାର୍ଯ୍ୟଙ୍କୁ କଳା ଓ ସ˚ସ୍କୃତି, ଶିକ୍ଷକ କ˚ଗ୍ରେସ, ବୁଦ୍ଧିଜୀବୀ ବିଭାଗ ଦାୟିତ୍ବ, ବିଶ୍ବଜିତ୍‌ ଦାସଙ୍କୁ ସ˚ଗଠନ ଦାୟିତ୍ବ, ବିଷ୍ଣୁ ଚରଣ ବାରିକଙ୍କୁ ପଛୁଆବର୍ଗ ବିଭାଗ ଦାୟିତ୍ବ, ବିଶ୍ବଭୂଷଣ ଦାସଙ୍କୁ ଯୁବ ଓ ଛାତ୍ର କ˚ଗ୍ରେସ ଦାୟିତ୍ବ, ବିନୋଦ ପାତ୍ରଙ୍କୁ ଅନୁସୂଚିତ ଜାତି ବିଭାଗ ଦାୟିତ୍ବ, କୁନି ମଲ୍ଲିକଙ୍କୁ ସ୍ବୟ˚ ସହାୟିକା ଗୋଷ୍ଠୀ, ଦାସରଥୀ ଗମାଙ୍ଗଙ୍କୁ ଅନୁସୂଚିତ ଜନଜାତି ବିଭାଗ, ବିଦ୍ୟାଧର ଦେହୁରୀ ଓ କୁମୁଦିନୀ କ୍ରିସାନୀଙ୍କୁ ଅନୂସୂଚିତ ଜନଜାତି ବିଭାଗ, ଦାୟିତ୍ବ ଦିଆଯାଇଛି। ଭୁବନେଶ୍ବର ଜିଲ୍ଲା କ˚ଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ପ୍ରୋଟୋକଲ ଦାୟିତ୍ବ, ବିସ୍ମୟ ମହାପାତ୍ରଙ୍କୁ ‘ମୋ ବୁଥ୍‌ ମୋ ଗୌରବ‘, ପ୍ରୋଜେକ୍ଟ ଶକ୍ତି ଦାୟିତ୍ବ ନ୍ୟସ୍ତ କରାଯାଇଛି।

ସମ୍ବନ୍ଧିତ ଖବର